ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ ବାପାକୁ ଅପହରଣ କରିନେଲେ ଯୁବକ, ତା’ ପରେ….

ନୂଆଦିଲ୍ଲୀ : ଦ୍ୱାରକାରେ ରହୁଥିବା ଜଣେ ଯୁବକ ବିବାହ କରିବା ପାଇଁ ଯୁବତୀଙ୍କ ବାପାକୁ ଅପହରଣ କରି ନେଇଥିବା ଘଟଣା ସାମ୍ନାକୁ ଆସିଛି । ବିବାହ ପାଇଁ ମନା କରିବା ପରେ ଯୁବକଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଅପହରଣ ପରେ ଅଭିଯୁକ୍ତ ପୀଡ଼ିତଙ୍କୁ ଫୋନ ଦେଇ ତାଙ୍କ ଝିଅକୁ କହିବାକୁ କହିଥିଲେ । ଅଭିଯୁକ୍ତଙ୍କ ଚାପରେ ପୀଡ଼ିତ ନିଜ ଝିଅକୁ ଫୋନ କରି ଅଭିଯୁକ୍ତକୁ ବିବାହ କରିନିଅ ବୋଲି କହିଥିଲେ । ଏହି ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଦିଲ୍ଲୀର ଦ୍ୱାରକାରେ ରହୁଥିବା ଯୁବତୀ କିଛି ଦିନ ତଳେ ଅଭିଯୁକ୍ତ ସଞ୍ଜିବଙ୍କ ସଂପର୍କରେ ଆସିଥିଲେ । ଧିରେ ଧିରେ ଦୁହେଁ ପରସ୍ପରକୁ ଭଲ ପାଇବା ସହ ବିବାହ ପ୍ରସ୍ତାବ ରଖିଥିଲେ ସଞ୍ଜିବ । ବିବାହ ପ୍ରସ୍ତାବ ପରେ ଯୁବତୀଜଣଙ୍କ ବିବାହ ପାଇଁ ହଁ ଭରିଥିଲେ । କିନ୍ତୁ ଯୁବତୀଙ୍କ ଘରକୁ କଥା ଯିବା ପରେ ତାଙ୍କ ବାପା ଅଭିଯୁକ୍ତ ବିଷୟରେ ପ୍ରଥମେ ତଦନ୍ତ କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ ମଧ୍ୟରେ କିଛି ଖରାପ ଗୁଣ ଥିବା ଜାଣି ଯୁବତୀଙ୍କ ବାପା ଏବଂ ଯୁବତୀ ଦୁହେଁ ବିବାହ ପାଇଁ ମନା କରି ଦେଇଥିଲେ, ଯାହା ପରେ ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର