ଟଙ୍କା ଦେଇ ମଧ୍ୟ ବ୍ଲଡ୍‌ ବ୍ୟାଙ୍କରୁ ମିଳିଲାନି ରକ୍ତ, ଚାଲିଗଲା ୮ବର୍ଷୀୟ ଶିଶୁର ଜୀବନ

ଦାମୋହ(ମଧ୍ୟପ୍ରଦେଶ) : ରକ୍ତହୀନତା ସମସ୍ୟା ପାଇଁ ୮ବର୍ଷୀୟ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଠିକ୍‌ ସମୟରେ ରକ୍ତ ଦିଆ ନ ଯିବାରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

timesnownews.com

ପରିବାର ଲୋକଙ୍କ ଅନୁଯାୟୀ, ରକ୍ତ ପାଇଁ ପୂର୍ବରୁ ୧୨୦୦ଟଙ୍କା ବ୍ଲଡ୍‌ ବ୍ୟାଙ୍କରେ ଜମା କରାଯାଇଥିଲା । କିନ୍ତୁ ବ୍ଲଡ୍‌ ବ୍ୟାଙ୍କ ପକ୍ଷରୁ ରକ୍ତ ନ ମିଳିବାରୁ ଆମେ ଅନ୍ୟ ସ୍ଥାନରୁ ରକ୍ତ ଯୋଗାଡ଼ କରିବା ପାଇଁ ଚେଷ୍ଟା କରିଥିଲୁ । କିନ୍ତୁ ସଫଳ ହୋଇ ପାରି ନ ଥିଲୁ । ଅନ୍ୟ ପକ୍ଷରେ ଡାକ୍ତରଙ୍କ ବୟାନ ଅନୁଯାୟୀ, ଆରମ୍ଭରୁ ହିଁ ଆନେମିଆ ଥିବା ଜାଣି ଆମେ ପରିବାର ଲୋକଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ କହିଥିଲୁ । କିନ୍ତୁ ସେମାନେ ଯାଇ ନଥିଲେ । ଏଠାରେ ରହି ଚିକିତ୍ସା କରିବାକୁ ଚାହିଁଥିଲେ, ଯାହା ସମ୍ଭବ ନ ଥିଲା । କିନ୍ତୁ ବ୍ଲଡ୍‌ ବ୍ୟାଙ୍କରୁ ରକ୍ତ ନ ମିଳିବା ଖବର ଉପରେ ଆମେ ଏବେ ଯାଞ୍ଚ ଆରମ୍ଭ କରିଛୁ । ତଦନ୍ତ ପରେ ଯାଇ ପ୍ରକୃତ କାରଣ ସାମ୍ନାକୁ ଆସି ପାରିବ ।

ସମ୍ବନ୍ଧିତ ଖବର