କୋଲକାତା: କୋଲକାତାର ନ୍ୟୁଟାଉନ୍ ଅଞ୍ଚଳରେ ଜଣେ ବ୍ୟକ୍ତି ରକ୍ତ ଲାଗିଥିବା ଛୁରୀ ହାତରେ ଧରି ରାସ୍ତାରେ ବୁଲୁଥିବାର ଦେଖି ଉତ୍ତେଜନା ପ୍ରକାଶ ପାଇଥିଲା। ସେ ରାଗରେ ଥିବା ଦେଖି, କେହି ତାଙ୍କ ପାଖକୁ ଯିବାକୁ ସାହସ କରିନଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଯୁବକଜଣକ ହାତରେ ଛୁରୀ ଧରିଥିବା ଦେଖାଯାଇଛି। ତେବେ ପ୍ରଥମେ ଯୁବକ ଏଭଳି ଛୁରୀ ଧରି ବୁଲିବା ପଛର କାରଣ ଜଣାପଡ଼ିନଥିବା ବେଳେ ପରେ ଜଣାପଡିଥିଲା ଯେ ବ୍ୟକ୍ତି ଜଣେ ସରକାରୀ କର୍ମଚାରୀ ଏବଂ ସେ ଛୁରୀରେ ତାଙ୍କର ୪ ସହକର୍ମୀଙ୍କୁ ଆକ୍ରମଣ କରିଛନ୍ତି।
ସୂଚନା ମୁତାବକ, ଏହି ଚାଞ୍ଚଲ୍ୟକର ଘଟଣା ଗୁରୁବାର ଅପରାହ୍ନ ପ୍ରାୟ ୧୨ଟା ସମୟରେ ଘଟିଥିଲା। କୋଲକାତାର ନ୍ୟୁ ଟାଉନରେ ଥିବା କାରିଗରୀ ଭବନ ସମ୍ମୁଖରେ ଜଣେ ବ୍ୟକ୍ତି ହାତରେ ଏକ ଛୁରୀ ଧରି ବୁଲୁଥିବାର ଦେଖାଯାଇଥିଲା। ତାଙ୍କୁ ଦେଖି ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସ ଅଧିକାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଛୁରୀ ତଳେ ପକାଇଦେବାକୁ ଅନୁରୋଧ କରିଥିଲେ। ଅନୁରୋଧ ପରେ ଅଭିଯୁକ୍ତ ତଳେ ଛୁରୀ ପକାଇ ଦେଇଥିଲା। ଏହା ପରେ, ବିଧାନନଗର ପୁଲିସ ତୁରନ୍ତ ସେହି ବ୍ୟକ୍ତିଙ୍କୁ ହେପାଜତକୁ ନେଇଥିଲା। ସୂତ୍ର ଅନୁସାରେ ଟେକ୍ନୋ ସିଟି ଥାନା ପୁଲିସ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ଜଣାପଡ଼ିଛି।
ପୁଲିସର ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତି ଅମିତ କୁମାର ସରକାର ବୋଲି ଚିହ୍ନଟ କରାଯାଇଛି। ସେ ପଶ୍ଚିମବଙ୍ଗ ସରକାରଙ୍କ ଏକ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ତାଙ୍କ କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଛୁଟି ମିଳିନଥିଲା। ଏଥିରେ ରାଗିଯାଇ ସେ ନିଜ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/07/XETUPBaEhNOtf5VTycXa.jpg)