ପାଲଘର : ଯୌନ ସଂପର୍କକୁ ନା କହିବା କାଳହେଲା । ଫେସ୍ବୁକ୍ରେ ସାଙ୍ଗ ହୋଇଥିବା ଯୁବକର ଯୌନ ସଂପର୍କ ରଖିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିବାରୁ ଜୋତା ଲେସ୍ରେ ଗଳା ଚିପି ହତ୍ୟା କଲା ଯୁବକ । ହତ୍ୟା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
ସୂଚନା ଅନୁଯାୟୀ, ନଲ୍ଲାଶୋପରେରେ ରହୁଥିବା ୨୫ ବର୍ଷିୟ ହରିଦାସ ନିର୍ଗୁଡ଼େ ନାମକ ଜଣେ ଯୁବକ କିଛି ଦିନ ପୂର୍ବରୁ ଅଙ୍କିତା ମୋରେ(୨୦)ଙ୍କ ସହ ଫେସ୍ବୁକ୍ ମାଧ୍ୟମରେ ପରିଚିତ ହୋଇଥିଲେ । ରବିବାର ଦିନ ହରିଦାସ ଅଙ୍କିତାଙ୍କୁ ନିଜ ଘରକୁ ଡ଼ାକିଥିଲେ । ପ୍ରଥମେ ସେ ମନା କରିଥିଲେ ମଧ୍ୟ ହରିଦାସ ବାଧ୍ୟ କରିବାରୁ ସେ ତାଙ୍କ ଘରକୁ ଆସିବାକୁ ରାଜି ହୋଇଥିଲେ । ଅଙ୍କିତା ହରିଦାସଙ୍କ ଘରେ ପହଞ୍ଚିବାର କିଛି ସମୟ ପରେ ହରିଦାସ ତାଙ୍କୁ ଯୌନ ସଂପର୍କ ରଖିବାର ପ୍ରସ୍ତାବ ଦେଇଥିଲେ । ଏ କଥା ଶୁଣିବା ପରେ ଅଙ୍କିତା ରାଗି ଯାଇ ଏହା ସେ କରି ପାରିବେ ନାହିଁ ବୋଲି କହିଥିଲେ । ଅଙ୍କିତାଙ୍କଠାରୁ ନା ଶୁଣିବା ପରେ ହରିଦାସ ରାଗି ଯାଇ ଏକ ଜୋତା ଲେସ୍ରେ ତାଙ୍କ ଗଳା ଚିପି ହତ୍ୟା କରିଥିଲେ । ହତ୍ୟା କରି ସାରିବା ପରେ ତାଙ୍କ ମୃତଦେହକୁ ଘର ପାଖରେ ଥିବା ଏକ ଖୋଲା ସ୍ଥାନରେ ନେଇ ଫିଙ୍ଗି ଦେଇଥିଲେ ।
/sambad/media/post_attachments/wp-content/uploads/2018/02/images-14.jpg)
ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ହରିଦାସଙ୍କ ଉପରେ ସନ୍ଦେହ କରି ପୁଲିସ ପଚରା ଉଚରା କରିବା ପରେ ସେ ସବୁ ଦୋଷ ମାନି ନେଇଥିଲେ ।