କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ‌ବୋହୂକୁ ହସ୍ପିଟାଲରେ ଛାଡ଼ି ଚାଲିଗଲେ ଶାଶୁଘର ଲୋକ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦେବବନ୍ଦ ଗ୍ରାମର ଭନେଡାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ସରକାର ହେଉ ଅବା ସମାଜ ଝିଅ ଓ ପୁଅ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା କଥାକୁ ନେଇ ଅନେକ ସଚେତନ ଅଭିଯାନ ଚଳାଇଛି। ଚାରିଆଡେ ନାରାବାଜି ହେଉଛି, ବେଟି ବଞ୍ଚାଓ ବେଟି ପଢ଼ାଓ। ଏହି କ୍ରମରେ ଏକ ଲଜ୍ୟନୀୟ ଘଟଣା ସାମ୍ନାକୁ ଆସିଛି। ବୋହୂ ହସ୍ପିଟାଲରେ ଝିଅକୁ ଜନ୍ମ ଦେବାରୁ ତାଙ୍କ ଶାଶୁଘର ଲୋକ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଛନ୍ତି।

ଦୁଃଖର ବିଷୟ ବୋହୂ ଜଣକ ନିଜ ନବଜାତ ଶିଶୁ ସହିତ ଜଚ୍ଚା ୱାର୍ଡ ନମ୍ବର ୯ରେ ନିଜର ସ୍ବାମୀ ଓ ସମ୍ପର୍କୀୟଙ୍କ ଅପେକ୍ଷାରେ ରହିଛନ୍ତି।

Saharanpur: Husband fleeing leaving wife and newborn in hospital after daughter is born, threatens divorce - INDEED NEWS

ସୂଚନାଯୋଗ୍ୟ, ମଣ୍ଡି କୋତବାଲି ଅଞ୍ଚଳସ୍ଥ ଗ୍ରାମ ଖାତାଖେଡ଼ିରେ ରହୁଥିବା ନସିମ ଅହମଦଙ୍କ ଝିଅ ଆଏଶାଙ୍କ ବିବାହ ଦେଢ଼ବର୍ଷ ପୂର୍ବେ କୋତବାଲି ଅଞ୍ଚଳସ୍ଥ ଭୋନେଡା ଗ୍ରାମରେ ରହୁଥିବା ଯୁବକଙ୍କ ସହିତ ହୋଇଥିଲା। ବିବାହ ପରେ ସବୁକିଛି ଠିକଠାକ ଚାଲିଥିଲା। ବିବାହର କିଛିଦିନ ପରେ ଆଏଶା ଅନ୍ତସତ୍ତ୍ବା ହୋଇଥିଲେ। ଜାନୁଆରି ୨୨ତାରିଖରେ ଆଏଶାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା।

ସେହିଦିନ ବିଳମ୍ବିତ ରାତିରେ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କନ୍ୟା ସନ୍ତାନ ଜନ୍ମ ହୋଇଥିବା ଜାଣି ଆଏଶାଙ୍କ ସ୍ବାମୀ ଶିଶୁକୁ ଦେଖିବା ତ ଦୂରର କଥା ସେ ନିଜ ପରିବାରକୁ ଧରି ଘରକୁ ଚାଲି ଆସିଥିଲେ। ଆଏଶା ଫୋନ କରିବାରୁ, ସେ ତାଙ୍କୁ ଆଉ କେବେ ହେଲେ ଫୋନ ନକରିବାକୁ ଧମକ ଦେବା ସହିତ ନିଜ ରାସ୍ତା ନିଜେ ଦେଖିବାକୁ କହିଥିଲେ।

ସମ୍ବନ୍ଧିତ ଖବର