ଦେବୀ ପ୍ରକଟ ନହେବାରୁ ରାଗରେ ମନ୍ଦିର ପରିସରରେ ନିଜ ଗଳା କାଟିଲେ ଯୁବକ

ବରେଲି: ଉତ୍ତରପ୍ରଦେଶର ବରେଲି ଥାନା ସୁଭାଷନଗର ଅଞ୍ଚଳରେ ଲଲିତା ମା’ ମନ୍ଦିରରେ ଜଣେ ଭକ୍ତ ଗଳା କାଟି ଦେବା ନେଇ ଖବର ମିିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟଲୋକମାନେ ଉକ୍ତ ଯୁବକଙ୍କୁ ଗୁରୁତା ଅବସ୍ଥାରେ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ବି ଯୁବକଙ୍କ ଅବସ୍ଥା ଗମ୍ଭୀର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭକ୍ତ ରାଜକୁମାର ଥାନା ଫରିଦପୁରସ୍ଥିତ ପଚୋନି ଅଞ୍ଚଳରେ ବସବାସ କରେ। ଗତ ୧୦ଦିନ ହେବ ଲଲିତା ମା’ ମନ୍ଦିରକୁ ରାଜକୁମାର ଦର୍ଶନ ପାଇଁ ଆସୁଥିଲା। ରାଜକୁମାରଙ୍କ ପତ୍ନୀ ସୋମବତିଙ୍କ କହିବାନୁସାରେ, ସ୍ୱାମୀ ରାଜକୁମାରଙ୍କ ମା’ ଲଲିତାଙ୍କୁ ଦର୍ଶନ କରିବା ପାଇଁ ଚାହିଁଥିଲେ, କିନ୍ତୁ ମା’ ଦର୍ଶନ ଦେଇ ନଥିଲେ। ତାଙ୍କ ପାଖରେ କିଛି ଫୁଲ ଓ ମା’ଙ୍କ ପାଇଁ ଚୁନି ସହିତ ଏକ ଅସ୍ତ୍ରବି ଥିଲା ବୋଲି ମୁଁ ଜାଣି ନଥିଲି। ଯାହା ସାହାଯ୍ୟରେ ସେ ନିଜ ଗଳାକୁ ମନ୍ଦିର ସମ୍ମୁଖରେ କାଟି ପକାଇଥିଲେ। ମନ୍ଦିର ପରିସରରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ।

ଜିଲ୍ଲା ହସ୍‌ପିଟାଲର ଡାକ୍ତର ନିର୍ମଳଙ୍କ କହିବାନୁସାରେ, ରାଜକୁମାରଙ୍କ ଶରୀରାବସ୍ଥା ଏବେ ବି ଗମ୍ଭୀର ରହିଛି। ତେବେ ଆଜିକାଲିର ଲୋକଙ୍କ ମନରେ ଏଭଳି ଅନ୍ଧବିଶ୍ୱାସ ରହିଛି ଯାହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି। ଏହି ଅନ୍ଧବିଶ୍ୱାସ ହେତୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି ।

ସମ୍ବନ୍ଧିତ ଖବର