ଧନବାଦ: ଝାଡ଼ରଖଣ୍ଡର ଧନବାଦ ଜିଲ୍ଲାରେ ମହୁଦା ଥାନାର ଥାନା ଅଧିକାରୀଙ୍କ ବାର ଡ୍ୟାନସରଙ୍କ ସହିତ ଅଶ୍ଳୀଳ ନୃତ୍ୟ କରୁଥିବା ସମୟର ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ପ୍ରଶାସନ ଉପରେ ଚଡ଼କ ପଡ଼ି ଯାଇଛି। ଏହି ମାମଲାର ଯାଞ୍ଚ କରି ଧାନବାଦ ଏସ୍ଏସ୍ପି ଥାନା ଅଧିକାରୀ ନନ୍ଦ କିଶୋର ସିଂହଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଥାନାଧିକାରୀ ‘ଖଳନାୟକ’ ସିନେମାର ଗୀତ ‘ଚୋଲି କେ ପିଛେ...’ରେ ହୋଟଲ୍ରେ ଜଣେ ବାର ଡ୍ୟାନସରଙ୍କ ସହିତ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।
धनबाद जिले के महुदा थाने का थानेदार का नाम नंदकिशोर... pic.twitter.com/u33pDLTmlI
— Shivam Chauhan?? (@the_Kalamkaar) July 2, 2019
୩ମିନିଟ୍ ୪୦ ସେକେଣ୍ଡର ଭାଇରାଲ ଭିଡିଓରେ ଥାନା ଅଧିକାରୀ ନନ୍ଦ କିଶୋର ସିଂହ ବାର୍ ଡ୍ୟାନସରଙ୍କ ସହିତ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ସେ ଏହି ସମୟରେ ମଦ୍ୟପାନ କରିଥିବା ବି ଜଣାପଡ଼ୁଛି। କୁହାଯାଉଛି କି ଏହି ଭିଡିଓ ଦୁଇବର୍ଷ ପୁରୁଣା।
/sambad/media/post_attachments/wp-content/uploads/2019/07/jharakhand1-1562057813.jpg)
ବାଘମାରା ଡିଏସ୍ପିଙ୍କ ଯାଞ୍ଚରୁ ଜଣାପଡ଼ିଛି କି, ଥାନା ଅଧିକାରୀ ନିଶାରେ ଉକ୍ତ ବାର ଡ୍ୟାନସରଙ୍କ ସହିତ ଅଶ୍ଳୀଳତା ସହିତ ନୃତ୍ୟ କରୁଛନ୍ତି। ଏଥିରେ ଥାନା ଅଧିକାରୀଙ୍କ ସହିତ ଅନ୍ୟ ଦୁଇଜଣ ବି ଅଛନ୍ତି। ଥାନା ଅଧିକାରୀ ବି ବାର୍ ଡ୍ୟାନସରଙ୍କ ସହିତ ନୃତ୍ୟ କରିଥିବା ସ୍ୱୀକାର କରିବା ସହିତ ଭିଡିଓକୁ କେହି ଜଣେ ରାଗରେ ଭାଇରାଲ କରିଥିବା କହିଛନ୍ତି।