ଚତୁର୍ଥୀ ରାତିରେ ଶାଶୁ ଘରୁ ଫେରାର ହୋଇଗଲା ନବବଧୂ: ପୁଲିସ ପଚାରିବା ପରେ କହିଲେ ମୁଁ ତ ଜୟମାଲା ଏବଂ ସାତ୍‌ ଫେରା ସମୟରେ ଫେରାର ହୋଇଯାଇଥାନ୍ତି

ଧୌଲପୁର(ରାଜସ୍ଥାନ) : ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରିବା ପରେ ଯୁବକ ଦ୍ୱିତୀୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ପରେ ଘର ଲୋକେ ଯୁବକଙ୍କ ଇଚ୍ଛା ପୂରଣ କରିବା ପାଇଁ ଦ୍ୱିତୀୟ ବିବାହ କରାଇଥିଲେ । କିନ୍ତୁ ଚୁତୁର୍ଥୀ ରାତିରେ ଯୁବକ ଶୋଇଥିବା ସମୟରେ ନବବଧୂ ତାଙ୍କୁ ଛାଡ଼ି ଚାଲିଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ଶାଶୁଘର ଲୋକେ ସରମଥୁରା ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୁଲିସ ନବବଧୂଙ୍କୁ ସିଦ୍ଧପୁରା ଜଙ୍ଗଲରୁ କାବୁ କରି ନେଇଥିଲେ । ହେପାଜତକୁ ନେଇ ପୁଲିସ ଫେରାର ହେବାର କାରଣ ପଚାରିବାରୁ ନବବଧୂ ମୁଁ ନାବାଳିକା ବୋଲି କହିଥିଲେ । କିନ୍ତୁ ଏହାର କୌଣସି ପ୍ରମାଣ ପୁଲିସକୁ ଦେଇ ପାରି ନଥିଲେ ।

ଏହା ପରେ ନବବଧୂ ବିବାହରେ ମଧ୍ୟସ୍ଥତା କରିଥିବା ମଧ୍ୟସ୍ତିଙ୍କ ଉପରେ ଆରୋପ ଲଗାଇ, ମୋତେ ୨୦ବର୍ଷୀୟ ଯୁବକଙ୍କ ଫଟୋ ଦେଖାଇ ୪୦ବର୍ଷୀୟ ଯୁବକଙ୍କ ସହ ବିବାହ କରାଇ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ବର ଜୟମାଲାଠାରୁ ଆରମ୍ଭ କରି ସାତ୍‌ଫେରା ପର୍ଯ୍ୟନ୍ତ ମୁହଁରେ ସେହ୍‌ରା ବାନ୍ଧିଥିଲେ । କହିବା ପରେ ମଧ୍ୟ ବର ନିଜର ଚେହେରା ଦେଖାଇ ନଥିଲେ । ବିବାହ ସଂପନ୍ନ ହେବା ପରେ ମୁଁ ବରର ମୁହଁ ଦେଖି ସେଇଠି ବିବାହ ଭାଙ୍ଗିବାର ନିଷ୍ପତ୍ତି ନେଇଥିଲି । କିନ୍ତୁ ଘର ଲୋକ ଥିବାରୁ ଏହା ସମ୍ଭବ ହୋଇ ପାରି ନଥିଲା । ଯାହା ପରେ ମୁଁ ଚତୁର୍ଥୀ ରାତିରେ ଶାଶୁ ଘରୁ ଫେରାର ହେବାର ଯୋଜନା ତିଆରି କରିଥିଲି । ଦୁଇ ମଧ୍ୟସ୍ଥି ମଞ୍ଜୁ ଏବଂ ଦିନେଶ ମୋ ମାତା-ପିତାଙ୍କୁ ଟଙ୍କାର ଲୋଭ ଦେଖାଇ ବିବାହ କରାଇବାକୁ ରାଜି କରାଇବା ସହ ମୋତେ ରାଜସ୍ଥାନ ନେଇ ଆସିଥିଲେ । ଯାହା ପରେ ମୋର ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ବରର ମୁହଁ ଏବଂ ବୟସ ଜାଣି ମୁଁ ଫେରାର ହେବାର ଯୋଜନା କରିଥିଲି ବୋଲି ପୁଲିସ ଆଗରେ ଜଣାଇଛନ୍ତି ନବବଧୂ ।

pakistantoday.com.pk

ପୂରା ଘଟଣା ସାମ୍ନାକୁ ଆସିବା ପରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ନବବଧୂଙ୍କୁ ସୁରକ୍ଷା ଦୃଷ୍ଟିରୁ ଭରତପୁରରେ ଥିବା ନିଜ ଘରକୁ ପଠାଇଛନ୍ତି । ଏହା ସହ ପୁଲିସ ନବବଧୂଙ୍କ ମାତା-ପିତାଙ୍କୁ ସଂପର୍କ କରୁଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର