କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା:ପୀଡ଼ିତାଙ୍କ ୪ ଜଣ ସମ୍ପର୍କୀୟ ଡିଆଇଜିଙ୍କ ସମ୍ମୁଖରେ ହାଜର ହେଲେ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆଜି ପୀଡ଼ିତାଙ୍କ ୪ ଜଣ ସମ୍ପର୍କୀୟଙ୍କୁ ଡିଆଇଜି ଏସ ସାଇନୀ ପଚରା ଉଚରା କରୁଛନ୍ତି। ଏହି ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ କୌଣସି ସଫଳତା ପାଇ ପାରି ନାହିଁ। ଗୋଟିଏ ପଟେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ମାଓବାଦୀମାନେ ମଧ୍ୟ ଅପରାଧୀମାନଙ୍କୁ ଗିରଫ କରିବା ଦାବିରେ ବନ୍ଦ ଡାକରା ଦେଇଥିଲେ। ଏହିପରି ଅବସ୍ଥାରେ ପୁଲିସ ଗତ ୧୬ ତାରିଖ ଦିନ ପୀଡ଼ିତାଙ୍କ ୪ ଜଣ ସମ୍ପର୍କୀୟଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ସେମାନଙ୍କୁ ଛାଡ଼ି ଦେଇଥିଲା।ଘଟଣା ପଛରେ ଯବାନଙ୍କ ହାତ ଥିବା ଅଭିଯୋଗ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁଁ।

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣା ୧୫ ଦିନ ହେବାକୁ ବସିଥିଷଳ ମଧ୍ୟ ପୁଲିସକୁ କୌଣସି ସଫଳତା ମିଳି ନାହିଁ। ପୁଲିସ ଅନ୍ଧାରରେ କେବଳ ବାଡ଼ି ବୁଲାଉଛି । ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୁଲିସ ପୀଡିତାଙ୍କ ସଂପର୍କୀୟଙ୍କୁ ବାରମ୍ବାର ଥାନାରେ ଅଟକ ରଖୁଥିବା ଅଭିଯୋଗ ହୋଇଛି । ତେବେ ଆଜି ପୁଣି ଡିଆଇଜି ଏସ ସାଇନୀ ପୀଡ଼ିତାଙ୍କ ସେହି ୪ ଜଣ ସମ୍ପର୍କୀୟଙ୍କୁ ପଚରାଉଚରା ପାଇଁ ତାଙ୍କ ଅଫିସକୁ ଡକାଇଛନ୍ତି। ସେହି ୪ ଜଣ ସମ୍ପର୍କୀୟ ସେମାନଙ୍କ ପରିବାର ସହିତ ଡିଆଇଜିଙ୍କ ଅଫିସିରେ ପହଞ୍ଚିବା ପରେ ତାଙ୍କୁ ଡିଆଇଜି ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର