ଜବାଲପୁର : ଜବାଲପୁରର ସରକାରୀ ରେଳ ପୁଲିସ(ଜିଆର୍ପି) ଡିଆଇଜି ର୍ୟାଙ୍କ ଆର୍ପିଏଫ୍ ଅଫିସରଙ୍କ ବିରୋଧରେ ଏତଲା ରୁଜୁ କରିଛି । ଇନ୍ଦୋରରୁ ଜବାଲପୁର ଆସୁଥିବା ଏକ୍ସପ୍ରେସ ଟ୍ରେନରେ ଡିଆଇଜି ର୍ୟାଙ୍କ ଅଫିସର ଜଣେ ମହିଳା ଶୋଇଥିବା ଅବସ୍ଥାରେ ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ । ଘଟଣାଟି ଶ୍ରୀଧାମ୍ ଓ ନରସିଂହପୁର ଷ୍ଟେସନ ମଧ୍ୟରେ ଘଟିଥିବା ବେଳେ ଅଭିଯୁକ୍ତ ଅଧିକରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ପୀଡ଼ିତାଙ୍କ ଅନୁଯାୟୀ, ଶୋଇଥିବା ସମୟରେ ମୋତେ କେହି ସ୍ପର୍ଶ କଲା ଭଳି ଅନୁଭବ ହେବାରୁ ମୋ ନିଦ ଭାଙ୍ଗି ଯାଇଥିଲା । ଯାହା ପରେ ମୁଁ ମୋ ପାଖରେ ଡିଆଇଜି ଅଧିକାରୀଙ୍କୁ ଠିଆ ହୋଇଥିବା ଦେଖିଥିଲି । ଡ଼ରରେ ମୁଁ ପାଖ ଲୋକଙ୍କୁ ଡ଼ାକିବା ପରେ ସେ ମୋତେ ଶାନ୍ତ ରହିବାକୁ କହିଥିଲେ । ଯାହା ପରେ ଜବାଲପୁରରେ ଟ୍ରେନ ପହଞ୍ଚିବା ପରେ ମୁଁ ଜିଆରପି ଅଧିକାରୀଙ୍କୁ ଏ ନେଇ ଅଭିଯୋଗ କରିଥିଲି ବୋଲି କହିଛନ୍ତି ପୀଡ଼ିତା ।
/sambad/media/post_attachments/wp-content/uploads/2019/07/railway-ministry-set-to-launch-shri-ramayana-express-from-november-14-2018-07-10-223314-300x168.jpg)
ଅନ୍ୟ ପକ୍ଷରେ, ରାତିରେ ଶୌଚାଳୟ ଉଠିବା ସହ ମୁଁ ପାଣି ବୋତଲ ଧରି ଭିତରକୁ ଆସୁଥିବା ବେଳେ ମୋର ଗୋଡ଼ ଖସି ଯାଇଥିଲା । ପାଣି ବୋତଲଟି ତଳକୁ ପଡ଼ି ଯାଇଥିବାରୁ ମୁଁ ତଳକୁ ନଇଁ ଆଣିବା ସମୟରେ ମୋ ହାତ ମହିଳାଙ୍କ ଦେହରେ ଭୁଲବଶତଃ ବାଜି ଯାଇଥିଲା । ଯାହାକୁ ସେ ଭୁଲ ଭାବି ନେଇଥିଲେ ବୋଲି ପଚରାଉଚରା ସମୟରେ କହିଛନ୍ତି ଡିଆଜି ଅଧିକାରୀ ।