ଭୋପାଲ : ବିଭିନ୍ନ ଆଇନ୍ ପ୍ରଣୟନ କରାଯାଉଥିଲେ ମଧ୍ୟ ଦିନକୁ ଦିନ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । ସବୁ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଥିବା ବେଳେ ରବିବାର ସକାଳେ ଭୋପାଲରେ ଘଟିଥିବା ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ମଡ଼େଲ ନିଜର ସ୍କୁଟର ନେଇ କୌଣସି କାମରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ସ୍କଟ୍ ଟାଣିବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ମଡ଼େଲ ଜଣଙ୍କ ଗାଡ଼ିରୁ ନିଜର ନିୟନ୍ତ୍ରଣ ହରାଇବାରୁ ତଳେ ପଡ଼ି ଆହାତ ହୋଇଥିବା ଜଣା ପଡ଼ିଛି । ଘଟଣା ଘଟିବା ପରେ ପୂରା ଘଟଣା ବିଷୟରେ ନିଜର ସୋସିଆଲ ସାଇଟ୍ରେ ଲେଖି ମଡ଼େଲ ଜଣଙ୍କ ସେୟାର କରିଥିବା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2018/04/tweet-1_blur_0-x808-236x300.jpg)
ସେ କରିଥିବା ପୋଷ୍ଟ ଅନୁଯାୟୀ, "ମୁଁ କାମରେ ସ୍କୁଟର ଯୋଗେ ବାହାରକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଆସି ମୋ ସହ ଅସଦାଚରଣ କରିଥିଲେ । ମୁଁ କିଛି ନ କହିବାରୁ ସେ ମୋ ସ୍କଟ୍ ଟାଣିବା ସହ ୟା ଭିତରେ କ’ଣ ଅଛି ଦେଖା ବୋଲି କହିଥିଲେ । ମୁଁ ତାଙ୍କୁ ରୋକିବାକୁ ଚେଷ୍ଟା କରିବା ସମୟରେ ଗାଡ଼ି ଉପରୁ ନିୟନ୍ତ୍ରଣ ତଳେ ପଡ଼ି ଯାଇଥିଲେ । ଏହି ଘଟଣାଟି ଗୋଟେ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିବା ବେଳେ କେହି ବି ସେମାନଙ୍କୁ ରୋକି ନଥିଲେ । ମୁଁ ପଡ଼ିଯିବା ପରେ ସେମାନେ ସେଠାରୁ ପଳାଇଥିଲେ । ମୁଁ ତାଙ୍କ ଗାଡ଼ିର ନମ୍ବର ବି ଦେଖି ପାରିଲି ନାହିଁ । ଏହା ପୂର୍ବରୁ ମୁଁ କେବେ ବି ଏମିତି ଅନୁଭବ କରି ନଥିଲି । ସେମାନେ ସେଠାରୁ ଖସି ଚାଲି ଯାଇଥିଲେ ଏବଂ ମୁଁ କିଛି କରି ପାରିଲି ନାହିଁ । ଏହା ପରେ ମୋ ସାଙ୍ଗମାନେ ଆସି ମୋତେ ଗୋଟେ କଫି ସପ୍କୁ ନେଇ ଯାଇଥିଲେ । କିନ୍ତୁ ମୁଁ ସେ ଘଟଣା ବିଷୟରେ ଭାବିବା ବନ୍ଦ କରି ପାରୁ ନଥିଲି । ଯଦି ରାସ୍ତା ଜନଶୂନ୍ୟ ହୋଇଥାନ୍ତା ତା’ହେଲେ ମୋ ସହ କ’ଣ କରିଥାନ୍ତେ ସେମାନେ?"
/sambad/media/post_attachments/wp-content/uploads/2018/04/tweet-2-blur-x845-222x300.jpg)
ଘଟଣା ଘଟିବା ପରେ କିଛି ପ୍ରମାଣ ମିଳିବା ଆଶାରେ ପୀଡ଼ିତା ଜଣଙ୍କ ସେହି ଅଞ୍ଚଳକୁ ଯାଇଥିଲେ ମଧ୍ୟ ସେଠାରେ କୌଣସି ସିସିଟିଭି ନାହିଁ ବୋଲି ଜାଣିବାକୁ ପାଇଥିଲେ ।