ବୈଠକ ଚାଲିଥିବାବେଳେ ଗୁଳି ମାରିଲେ ନିର୍ଦ୍ଦେଶକ, ଦୁଇ ଜଣଙ୍କର ମୃତ୍ୟୁ

ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବାଦଲପୁର ଅଂଚଳରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ୟୁପି ଟେଲିଲିଙ୍କ ଲିମିଟେଡ଼ ନାମକ ସଂସ୍ଥାର ନିର୍ଦ୍ଦେଶକ ଆଜି ବୈଠକ ଚାଲିଥିବାବେଳେ ନିଜ ବନ୍ଧୁକରୁ ଅନ୍ୟ ସହକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ | ଏହି ଗୁଳିମାଡ଼ରେ ଜଣେ ସହ ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି | ଗୁଳିମାଡ ପରେ ଉକ୍ତ ନିର୍ଦ୍ଦେଶକ ଜଣକ ନିଜକୁ ମଧ୍ୟ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି |

ମିଳିଥିବା ସୂଚନା ମୁତାବକ ୟୁପି ଟେଲିଲିଙ୍କ ଲିମିଟେଡ଼ ନାମକ ସଂସ୍ଥାକୁ ତିନିଜଣ ସାଙ୍ଗ ପ୍ରଦୀପ, ନରେଶ ଓ ରାକେଶ ପରିଚାଳନା କରୁଥିଲେ | ଆଜି ବୈଠକ ସମୟରେ କୌଣସି କାରଣକୁ ନେଇ ପ୍ରଦୀପ ହଠାତ ଉତକ୍ଷିପ୍ତ ହୋଇପଡିଥିଲେ | ସେ ନିଜ ପାଖରେ ଥିବା ଲାଇସେନ୍ସ ବନ୍ଧୁକରୁ ସହକର୍ମୀଙ୍କ ଉପରେ ଗୁଳିମାଡ଼ କରିଥିଲେ |

ଏହା ପରେ ପ୍ରଦୀପ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ | ଗୁରୁତର ଅବସ୍ଥାରେ ରାକେଶ ଆହତ ହୋଇଥିବାବେଳେ ପୁଲିସ ବର୍ତ୍ତମାନ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |

ସମ୍ବନ୍ଧିତ ଖବର