ତାମିଲନାଡୁରେ ଘନଉଛି ଜଳ ସଂଙ୍କଟ: ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ପଡ଼ୋଶୀ

ଚେନ୍ନାଇ : ତାମିଲନାଡୁରେ ଏବେ ଜଳସଂଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବର୍ଷା ହେବାର ନାଁ ନେଉ ନଥିବା ବେଳେ ଲୋକେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ପାଣି ମିଳୁ ନଥିବା ବେଳେ ଚେନ୍ନାଇରେ ଅନେକ ସ୍ଥାନରେ ଏ ନେଇ ଝଗଡ଼ା ହେଉଥିବାର ଖବର ମିଳିଛି । ପାଣି ପାଇଁ ଜଣେ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି ।

New Indian Express

ସୂଚନା ମୁତାବକ, ମୋହନ ପାଣି ଉଠାଇବା ପାଇଁ ମୋଟର ଲଗାଇଥିଲେ । ଯାହାକୁ ବିରୋଧ ତାଙ୍କ ପଡ଼ୋଶୀ କରିଥିଲେ ଆଥିମୂଲମ ରାମାକୃଷ୍ଣା । ଏ ମଧ୍ୟରେ ମୋହନଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ସପକ୍ଷରେ ବାହାରିବାରୁ ଆଥିମୂଲମ ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ପୀଡ଼ିତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଛି । ଅଭିଯୁକ୍ତଜଣଙ୍କ ତାମିଲନାଡୁର ବାଚସ୍ପତି ପି ଧନପାଲଙ୍କ ଡ୍ରାଇଭର ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର