ଭୁବନେଶ୍ବର: ଦୀପାବଳିରେ ବାଣ ଫୁଟାଇବାରୁ ସାଲିଆସାହି ବସ୍ତିବିକାଶ ପରିଷଦର ଜଣେ ଯୁବକ ଆହତ ହୋଇଥିଲେ। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ରାଜେଶ ବେହେରା(୧୯) ନାମକ ଜଣେ ଯୁବକକୁ ଗିରଫ କରିଛି। ଦୀପାବଳି ସମୟରେ ରାଜେଶ ଓ ତାର ସହଯୋଗୀମାନେ ସାନୁ ସାହୁଙ୍କ ଘର ନିକଟରେ ବାଣ ଫୁଟାଇଥିଲେ। ସାନୁଙ୍କ ପରିବାର ଲୋକ ଯେତେ ବାରଣ କରିଥିଲେ ମଧ୍ୟ ଯୁବକମାନେ ଶୁଣି ନଥିଲେ। ଏହି ସମୟରେ ଏକ ବାଣ ଫୁଟି ସାନୁଙ୍କ ହାତରେ ବାଜିଥିଲା। ଏନେଇ ସାନୁଙ୍କ ଜେଜେମା ସୁଷମା ସାହୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅଜି ପୁଲିସ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ବାଣଫୁଟା ବେଳେ ଯୁବକ ଆହତ ଘଟଣା, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/12/download-1-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)