ଝିଅ ଲୁଚାଉଥିଲା ବାପର ପାପ ! ଡିଏନଏ ରିପୋର୍ଟ ଘଟଣା ଉପରୁ ହଟାଇଲା ପରଦା, ଜଣାପଡ଼ିଲା ଅସଲ ଅପରାଧୀ କିଏ

ନୂଆଦିଲ୍ଲୀ: ଗୁରୁବାର ବମ୍ବେ ହାଇକୋର୍ଟ ଡିଏନ୍ଏ ରିପୋର୍ଟ ଆଧାରରେ ନାବାଳିକା କନ୍ୟାକୁ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ସାବତ ବାପାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୩୬ ବର୍ଷିୟ ଅଭିଯୁକ୍ତ ଥାନେରେ ମେକାନିକ୍ ଭାବେ କାମ କରୁଥିଲା। ସେ ନିଜର ସାବତ କନ୍ୟାକୁ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିଲା। ଏହି ମାମଲାରେ ଅଭିଯୁକ୍ତର ପତ୍ନୀ ତଥା ପୀଡିତାଙ୍କ ମା’ ଏବଂ ଖୋଦ୍ ପୀଡ଼ିତା ସାକ୍ଷ୍ୟ ପ୍ରଦାନରେ ସହଯୋଗ ନ କରିବାରୁ ଓ ଭୁଲ ତଥ୍ୟ ଦେବାରୁ  ମାମଲା ଫଇସାଲା ହୋଇପାରୁ ନଥିଲା।

Rourkela engineering student gang raped in Jharkhand for 3 days | KalingaTV

୨୦୦୦ ମସିହାରେ ପୀଡ଼ିତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଥିଲା। ସେତେବେଳେ ପୀଡ଼ିତ ମାତ୍ର ଦୁଇ ବର୍ଷ ବୟସରେ ଥିଲେ। ପୀଡିତାଙ୍କ ମା’ ୨୦୧୦ ରେ ପୁନଃ ବିବାହ କରିଥିଲେ। ୨୦୧୨ରେ ପୀଡିତା ନିଜ ମା, ଭଉଣୀ, ସାବତ ପିତା (ଅଭିଯୁକ୍ତ)ଓ ସାବତ ଭାଇଙ୍କ ସହ ରହିଥିଲେ। ସେ ଯେତେବେଳେ ୭ମ ଶ୍ରେଣୀ‌ରେ ପାଠପଢ଼ୁଥିଲେ ତାଙ୍କ ମା’ କାମ କରିବାକୁ ବାହାରକୁ ଯାଉଥିଲେ। ଏହାର ସୁଯୋଗ ନେଇ ସାବତ ପିତା ତାଙ୍କୁ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିବା ଆରମ୍ଭ କରି ଦେଇଥିଲେ। ଆଉ ଏକ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ଝିଅକୁ ଧମକ ଦେଇଥିଲା। ଝିଅ ଅନ୍ତସ୍ତତ୍ତ୍ବା ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ପୀଡିତାଙ୍କ ମା’, ତାଙ୍କ ସ୍ୱାମୀ ଦୋଷୀ ବୋଲି ଜାଣି ନ ଥିବାରୁ ସେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ପୀଡିତାଙ୍କ ଗର୍ଭପାତ କରାଇଥିଲେ।

ଅନୁସନ୍ଧାନ ସମୟରେ ଫରେନସିକ୍ କର୍ମଚାରୀମାନେ ପୀଡିତାଙ୍କ ରକ୍ତ ନମୁନା ସଂଗ୍ରହ କରି ଡିଏନ୍ଏ ବିଶ୍ଳେଷଣ ପାଇଁ ଭ୍ରୁଣ କୋଷଗୁଡ଼ିକୁ ପରୀକ୍ଷା କରିଥିଲେ।

ଏପଟେ ମା’ ଓ ଝିଅଙ୍କ ବୟାନ ପୁଲିସ ରେକର୍ଡ କରିଥିଲା। ଝିଅ ଦୁଇଟି ଭିନ୍ନ କାହାଣୀ କହିଥିଲେ। ଗୋଟିଏ ବୟାନ‌ରେ ଝିଅ କହିଥିଲା, ଡିସେମ୍ବର ୨୦୧୩ ରେ ସ୍କୁଲକୁ ଫେରୁଥିବା ସମୟରେ ଜଣେ ରିକ୍ସା ଡ୍ରାଇଭର ତାଙ୍କୁ ‌‌ଯୌନ ନିର୍ଯାତନା ଦେଇଥିଲା। ସେହିପରି ଦ୍ବିତୀୟ ବୟାନରେ ସେ ଅଭିଯୋଗ କରି କହିଥିଲା କି ତାର ଜଣେ ସହପାଠୀ ମନୋଜ ରାଥୋଡ ତାକୁ ଦୁଷ୍କର୍ମ କରିଥିଲା।

Uttar Pradesh: 6-year-old girl raped in Gonda, semi-naked body dumped in school toilet | India News – India TV

ଅନୁସନ୍ଧାନରୁ ଜଣାପଡିଲା ଯେ ମନୋଜ ରାଥୋଡ ଏକ ନକଲି ନାମ ଏବଂ ପୀଡିତା ପଢ଼ୁଥିବା ବିଦ୍ୟାଳୟରେ ସେପରି କୌଣସି ପିଲା ପଢ଼ୁ ନ ଥିଲେ।

ପୀଡିତା ପ୍ରଥମେ ଅଭିଯୁକ୍ତର ପରିଚୟ ଲୁଚାଇବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲା। କିନ୍ତୁ ଶେଷରେ ୨୦୧୪ ଏପ୍ରିଲ ୨୬ରେ ସେ ତା’ ସାବତବାପାର ଅପରାଧ ପ୍ରକାଶ କରିଥିଲା । ଆଉ କହିଥିଲା କି ଘରେ କେହି ନଥିବା ବେଳେ  ସାବତ ପିତା ତା’ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ।

ଏହି ଅଭିଯୋଗ ପରେ ପୁଲିସ ତୁରନ୍ତ ସାବତ ପିତାକୁ ଗିରଫ କରିଥିଲା ଏବଂ ତାଙ୍କର ପରୀକ୍ଷା କରାଇଥିଲା ।

Minor abducted, raped by rickshaw puller in UP - India News

ପୀଡ଼ିତା କୋର୍ଟକୁ କହିଛି କି, ସେ ଏହି ଲଜ୍ଜାଜନକ ଘଟଣା ବିଷୟରେ କାହାକୁ କିଛି କହି ପାରୁ ନଥିଲା। କାରଣ ସେ ତା’ ପିତାଙ୍କୁ ହରାଇବା ପରେ ସେ ଓ ତାର ମା’ ସାବତ ପିତାଙ୍କ ଦୟାରେ ଥିଲେ ।

ସାବତ ପିତାଙ୍କ ଦୟାରୁ ରହୁଥିବା ଆଶ୍ରୟସ୍ଥଳ ସେ ହରାଇବାକୁ ଚାହୁଁ ନ ଥିଲା । କାରଣ ତାକୁ ସାବତ ପିତା କହିଥିଲା କି ଯଦି ସେ ଏ ବିଷୟରେ କାହାରି ଆଗରେ ପ୍ରକାଶ କରେ ସେ ତାକୁ ଘରୁ ବାହାର କରିଦେବ।

ଶେଷ ପୀଡିତାଙ୍କ ଗର୍ଭସ୍ଥ ଶିଶୁର ଡିଏନ୍ଏ ରିପୋର୍ଟ ହିଁ ଏହି ମାମଲାର ଅଭିଯୁକ୍ତ କିଏ ତାହାକୁ ସ୍ପଷ୍ଟ ଭାବେ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର