ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଇନ୍ଦୋର ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ହୋମିଓପାଥି ଡାକ୍ତରଙ୍କ ନିକଟରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ଏମଡି ଡ୍ରଗ୍ସ ଏବଂ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ‌ହୋଇଛି। 

Advertisment

ପୁଲିସ ଏହି ଘଟଣାକୁ ନେଇ କହିଛି, ‘ଅଭିଯୁକ୍ତ ଡାକ୍ତରଙ୍କ ନାମ ଡାକ୍ତର ଯୋଗେଶ ଲଡଇୟା। ବୟସ ୩୬ ବର୍ଷ ରହିଛି। ସେ ଇନ୍ଦୋରର ବଜରଙ୍ଗ ନାଗର ବାସିନ୍ଦା। ଡାକ୍ତର ଯୋଗେଶ ଲଡଇୟାଙ୍କ ବନ୍ଧୁଙ୍କ ନାମ ଭରତ ଚୌରାସିଆ ବୟସ ୩୨ ବର୍ଷ । ଭରତ ତୁଳସୀ ନାଗରର ହୋଟେଲ ମିଡଲ୍ୟାଣ୍ଡରେ କାମ କରନ୍ତି। ଉଭୟ ଅଭିଯୁକ୍ତଙ୍କୁ ଏହି ହୋଟେଲରୁ ଗିରଫ କରାଯାଇଛି। 

ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ମୋଟ ୩୦.୭୧ ଗ୍ରାମ ଏମଡ଼ି ଡ୍ରଗ୍ସ ଏବଂ ୨.୪୭୩ କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଅଭିଯୁକ୍ତ ଡାକ୍ତର ନିଶା ସେବନ କରନ୍ତି। ନିଶା ପାଇଁ ସେ ୫ ଲକ୍ଷ ଟଙ୍କାର ଋଣ  ନେଇଥିଲେ। ଏହି ଋଣ ପରିଶୋଧ କରିବାକୁ ସେ ଡ୍ରଗ୍ସ ବ୍ୟବସାୟ ଆରମ୍ଭ କରିଥିଲେ। 

ଅଭିଯୁକ୍ତଙ୍କ ନିକଟରୁ ଉଦ୍ଧାର ହୋଇଥିବା ଡ୍ରଗ୍ସ ଡିସେମ୍ବର ୩୧ ତାରିଖରେ ଯୁବକମାନଙ୍କୁ ନୂତନ ବର୍ଷ ଅବସରରେ ଯୋଗାଇବା ପାଇଁ ଯୋଜନା ହୋଇଥିଲା। ନୂତନ ବର୍ଷ ଅବସରରେ ଦୁହେଁ ଏହି ଡ୍ରଗ୍ସ ବିତରଣ କରି ଅଧିକ ଲାଭ ପାଇବାର ଆଶା ରାଖିଥିଲେ।

କ୍ରାଇମ ବ୍ରାଞ୍ଚର ଅତିରିକ୍ତ ଡିସିପି ରାଜେଶ ଦାଣ୍ଡୋତିୟା କହିଛନ୍ତି, ‘ଯୋଗେଶ ଲଡଇୟାଙ୍କୁ ସ୍ତ୍ରୀ ଛାଡି ଚାଲିଯିବା ପରେ ସେ ଅବସାଦଗ୍ରସ୍ତ ହୋଇ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ଡ୍ରଗ୍ସ ପ୍ରତି ଏତେ ଅଭ୍ୟସ୍ତ ହୋଇଗଲେ ଯେ ଏହାକୁ କିଣିବା ପା୍ଇଁ ସେ ୫ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ।