ଡାକ୍ତର-କମ୍ପାଉଣ୍ଡରଙ୍କ ଲଜ୍ଜାଜନକ କାମ : ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ବର୍ଷେ ପର୍ଯ୍ୟନ୍ତ ନର୍ସଙ୍କ ସହ କରିଥିଲେ ଗଣଦୁଷ୍କର୍ମ

ବାର୍‌ମର : ରାଜସ୍ଥାନର ବାର୍‌ମର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୋଇ ଡାକ୍ତରଖାନାରେ ଜଣେ ନର୍ସଙ୍କୁ ଡାକ୍ତରଖାନାର ଡାକ୍ତର ଓ କମ୍ପାଉଣ୍ଡର ମିଶି ଦୁଷ୍କର୍ମ କରିବା ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି । ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ପରେ ଅଗଷ୍ଟ ୧୬ରେ ଅଭିଯୁକ୍ତ ଡାକ୍ତର ପୀଡ଼ିତାଙ୍କୁ ଚାକିରି ଛାଡ଼ିବା ପାଇଁ କହିଥିଲେ । ଚାକିରି ଛାଡ଼ି ପୀଡ଼ିତା ନିଜ ଘରେ ପୂରା ଘଟଣା ବିଷୟରେ ଜଣାଇବା ପରେ ଏ ନେଇ ଏବେ ପୁଲିସରେ ଅଭିଯୋଗ କରାଯାଇଛି ।

Image result for doctor-compounder-use-obscene-video-to-blackmail-gang-rape-nurse
Lawsisto

ସୂଚନା ମୁତାବକ, ପୀଡ଼ିତା ଦିନେ ରାତି ସିପ୍ଟରେ ଆସିଥିବା ବେଳେ କାମ ସାରି ସେ ବିଶ୍ରାମଗାରରେ ବିଶ୍ରାମ କରୁଥିଲେ । ଏ ସମୟରେ କମ୍ପାଉଣ୍ଡର ଅଶୋକ ଆସି ତାଙ୍କୁ ନିଶା ମିଶିଥିବା ଜୁସ୍‌ ପିଇବାକୁ ଦେଇଥିଲେ । ପୀଡ଼ିତା ଅଚେତ ହେବା ପରେ ଭିଡିଓ ରେକର୍ଡ କରିବା ସହ ଦୁଷ୍କର୍ମ କରିଥଲେ ଅଶୋକ । ପରେ ରେକର୍ଡ କରାଯାଇଥିବା ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଶୋକ ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । କିଛି ମାସ ପରେ ଭିଡିଓ ବିଷୟରେ ଡାକ୍ତର ସୁରେନ୍ଦ୍ର ମହର୍ଷି ଜାଣି ପୀଡ଼ିତାଙ୍କୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଚାକିରିକୁ ହାତଛଡ଼ା କରିବାକୁ ପଡ଼ିବ ବୋଲି କହି ପୀଡ଼ିତାଙ୍କ ମୁହଁ ବନ୍ଦ କରି ଦେଇଥିଲେ ଡାକ୍ତର । କିନ୍ତୁ ଅଗଷ୍ଟ ୧୬ତାରିଖରେ ପୀଡ଼ିତାଙ୍କୁ  ହଠାତ୍‌ ଚାକିରିରୁ ବାହାର କରି ଦେବାରୁ ଘଟଣାଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର