ମନ୍ଦିର ଯାଉଥିବା ବେଳେ ଡାକ୍ତର ଦମ୍ପତ୍ତିଙ୍କୁ କାର ଭିତ‌ରେ ଛଅ ରାଉଣ୍ଡ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ରାଜସ୍ଥାନ: ରାଜସ୍ଥାନର ଭାରତପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ମଝିରେ ଡାକ୍ତର ଦମ୍ପତ୍ତିଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ତେବେ ଭରତପୁରର ନିମଡା ଗେଟ୍ ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ଦୃଶ୍ୟ ଟ୍ରାଫିକ୍ କ୍ୟାମେରାରେ କୈଦ ହୋଇଯାଇଥିଲା । ମୃତ ଦମ୍ପତ୍ତିଙ୍କ ନାମ ଡାକ୍ତର ସୁଦୀପ ଗୁପ୍ତା ଏବଂ ପତ୍ନୀ ସୀମା ଗୁପ୍ତା ବୋଲି ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଶୁକ୍ରବାର ଅପରାହ୍ନରେ ଡାକ୍ତର ସୁଦୀପ ଗୁପ୍ତା ଏବଂ ପତ୍ନୀ ସୀମା ଗୁପ୍ତା କାରରେ ମନ୍ଦିର ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକ ନେଇ ଆସିଥିଲେ। ଆଉ ଦମ୍ପତ୍ତିଙ୍କ ଗାଡ଼ି ସାମ୍ନାରେ ରଖି ଦେଇଥିଲେ। ଏହାଦେଖି ସୁଦୀପ ଓ ସୀମା ଭାବିଥିଲେ ବୋଧ ହୁଏ କିଛି କାମ ଥିବାରୁ ବାଇକ ଚାଳକ ଏପରି ଗାଡି ଆଗରେ ଗାଡ଼ି ଅଟକାଇ ଦେଇଛନ୍ତି।

 

ଏତିକି ବେଳେ କେହି କିଛି ବୁଝିବା ପୂର୍ବରୁ ଜଣେ ଯୁବକ ବନ୍ଧୁକ ବାହାର କରି ଡାକ୍ତର ଦମ୍ପତ୍ତିଙ୍କ ଉପରକୁ ଛଅ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

ସୂଚନାଯୋଗ୍ୟ ଯେ, ୨୦୧୯ ରେ ୨୫ ବର୍ଷ ବୟସ୍କା ମହିଳା ଦୀପା ଦେବୀ ଏବଂ ତାଙ୍କ ୬ ବର୍ଷର ପୁଅର ହତ୍ୟା ମାମଲାରେ ଏହି ଡାକ୍ତର ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା । ପରେ ଏମାନେ ଜାମିନରେ ଆସିଥିଲେ । ଡାକ୍ତର ଦମ୍ପତିଙ୍କ ହତ୍ୟା ସହ ୨୦୧୯ରେ ଘଟିଥିବା ମହିଳା ଏବଂ ତାଙ୍କ ଶିଶୁର ହତ୍ୟା ଘଟଣା ଜଡିତ ଥିବା ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର