ଲକ୍ଷ୍ମୌ: ଡାକ୍ତରଙ୍କୁ ଆମେ ଦ୍ବିତୀୟ ଭଗବାନ ବୋଲି କହିଥାଉ। କିନ୍ତୁ ଡାକ୍ତରମାନେ ଯଦି ମଣିଷ ବିଶ୍ବାସରେ ବିଷ ଦେଇ ସେମାନଙ୍କର ଜୀବନ ସହିତ ଖେଳିବେ ତେବେ କିଏ ବା କ’ଣ କରି ପାରିବ। ଡାକ୍ତରଙ୍କ ଅବହେଳା ହେତୁ ଅଥବା ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଯିବାର ଅନେକ ଅଭିଯୋଗ ଆସିଛି। ସମ୍ପ୍ରତି ଉତ୍ତର ପ୍ରଦେଶର ବାରବାଙ୍କିରୁ ବି ସମାନ ଘଟଣା ସାମ୍ନାକୁ ଆସିଛି। 

Advertisment

ମହିଳାଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତର ୟୁଟ୍ୟୁବର ସାହାଯ୍ୟ ନେଇଥିଲେ

ସୂଚନାଯୋଗ୍ୟ,  ବାରବାଙ୍କି ଜିଲ୍ଲାର କୋଠି ଥାନା ଅଞ୍ଚଳରେ ଅବସ୍ଥିତ ଦଫ୍ରାପୁର ମାଜରା ସୈଦାନପୁର ଗାଁରେ ବସବାସ କରୁଥିବା ତେହ ବାହାଦୁର ରାୱତଙ୍କ ପତ୍ନୀ ମୁନିଶ୍ର ରାୱତଙ୍କ କିଡନିରେ ପଥର ହୋଇଥିଲା। ଚିକିତ୍ସା ପାଇଁ ବାହାଦୁର ଡିସେମ୍ବର ୫ତାରିଖରେ ପତ୍ନୀ ମୁନିଶ୍ରଙ୍କୁ ଶ୍ରୀ ଦାମୋଦର ଡିସପେନ୍ସରିକୁ ନେଇଯାଇଥିଲେ। ମୁନିଶ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ବାହାଦୁରଙ୍କୁ କହିଥିଲେ, ‘ମୁନିଶ୍ରଙ୍କ କିଡନିରେ ପଥର ଅଛି ତେଣୁ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ରହିଛି। ଅସ୍ତ୍ରୋପଚାର ପାଇଁ ପାଖପାଖି ୨୫୦୦୦ଟଙ୍କା ଲାଗିବ। ପ୍ରଥମେ ୨୦ହଜାର ଟଙ୍କା ଜମା କରିବାକୁ ହେବ।’

ଅଧିକପଢ଼ନ୍ତୁ:ସଂସଦରେ ବସି ଇ-ସିଗାରେଟ୍ ପିଉଛନ୍ତି ଟିଏମସି ସାଂସଦ: ଅନୁରାଗ ଠାକୁର

ଅସ୍ତ୍ରୋପଚାର ବିଛଣାରେ ରୋଗୀଙ୍କୁ ଛାଡ଼ି ଡାକ୍ତର ଚମ୍ପଟ

ମୃତକଙ୍କ ସ୍ବାମୀ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୁନିଶ୍ରଙ୍କୁ ଅସ୍ତ୍ରୋପଚାର ପାଇଁ ନିଆଯାଉଥିବା ବେଳେ ଡାକ୍ତର ଜ୍ଞାନ ପ୍ରକାଶ ମିଶ୍ର ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ଚିକିତ୍ସା ଉପକରଣ ସଜଡ଼ା ଯାଉଥିବା ବେଳେ ସେ ତାଙ୍କ ମୋବାଇଲ୍ ଫୋନ୍ରୁ ୟୁଟ୍ୟୁବରେ କିଡନିରୁ ଷ୍ଟୋନ୍ କିପରି ବାହାର କରାଯାଇପାରିବାର  ତାହାର ଭିଡିଓ ଦେଖୁଥିଲେ। ମୁଁ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ତୁମେ ତମ କାମ କର ଆମକୁ ଆମ କାମ କରିବାକୁ ଦିଅ। ଡାକ୍ତରଙ୍କ ଠାରୁ ଏକଥା ଶୁଣି ମୁଁ ବାହାରକୁ ଚାଲି ଯାଇଥିଲା। କିଛି ସମୟରେ ପରେ ଡାକ୍ତର ତରତର ହୋଇ ଅସ୍ତ୍ରୋପଚାର ରୁମକୁ ବାହାରି କାର ଧରି ବାହାରି ଯାଇଥିଲା। ସ୍ତ୍ରୀ ଅବସ୍ଥା କ’ଣ ଅଛି କିପରି ଅଛି କିଛି ବି ଜଣାଇ ନଥିଲେ। ମୁଁ ଭିତରକୁ ଯାଇ ଦେଖିଲା ବେଳକୁ ଅସ୍ତ୍ରୋପଚାର ବିଛଣାରେ ପଡ଼ି ରହିଛି ସ୍ତ୍ରୀ। ଶରୀରରୁ ଗଡ଼ି ଯାଉଛି ଧାରଧାର ହୋଇ ରକ୍ତ।  ମୁଁ ତୁରନ୍ତ ମୁନିଶ୍ରକୁ ଚିକିତ୍ସା ପାଇଁ ଅନ୍ୟ ଏକ ଡାକ୍ତରଖା।ନାରେ ଭର୍ତ୍ତି କରିଥିଲି କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା।

ବେଆଇନ କ୍ଲିନିକ୍ ଚଲାଉଥିଲେ ମାମୁଁ-ଭଣଜା

ତଦନ୍ତରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ଜ୍ଞାନ ପ୍ରକାଶ ମିଶ୍ରଙ୍କ ଭଣଜା ବିବେକ କୁମାର ମିଶ୍ର ରାୟବରେଲିର ଏକ ଆୟୁର୍ବେଦିକ ହସ୍ପିଟାଲରେ ଜଣେ ସରକାରୀ କର୍ମଚାରୀ। ଏହାକୁ ଆଧାର କରି ମାମୁଁ- ଭଣଜା ଯୋଡ଼ି ବର୍ଷବର୍ଷ ଧରି ରୋଗୀଙ୍କ ଜୀବନ ସହିତ ଖେଳି ବେଆଇନ ଭାବେ କ୍ଲିନିକ୍ ଚଳାଇ ଆସୁଥିଲେ।

ଅଧିକପଢ଼ନ୍ତୁ:ମାଲକାନଗିରି ହିଂସା: ପୁଣି ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା