ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲ୍‌ରେ କରୋନା ଆକ୍ରାନ୍ତଙ୍କୁ ଡାକ୍ତର ଅସଦାଚରଣ କରିଥିବା ଅଭିଯୋଗ

ବେଙ୍ଗାଲୁର: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ଡାକ୍ତର ଜଣେ କରୋନା ଆକ୍ରାନ୍ତଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

‌ବେଙ୍ଗାଲୁରରେ ଥିବା ଭିକ୍ଟୋରିଆ ହସ୍ପିଟାଲ୍‌ର ଟ୍ରମା ସେଣ୍ଟର୍‌ରେ ଜୁଲାଇ୨୫ ତାରିଖ ରାତିରେ ଏପରି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ଟାଇମ୍‌ସ ଅଫ୍‌ ଇଣ୍ଡିଆ ପ୍ରକାଶ କରିଥିବା ରିପୋର୍ଟ ମୁତବକ, ଜୁଲାଇ ୩୦ ତାରିଖ ସୁଦ୍ଧା ଭିଭି ପୁରମ୍‌ ପୁଲିସ୍‌ ଉକ୍ତ ଅଜଣା ଡାକ୍ତରଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମହିଳା ଜଣକ ଅଭି‌ଯୋଗ ଆଣି କହିଛନ୍ତି ଯେ ଡାକ୍ତର ଜଣଙ୍କ ତାଙ୍କୁ ଚେକ୍‌-ଅପ୍‌ ସମୟରେ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ। ମହିଳା ଜଣକ ଏ ସଂପର୍କରେ କୋଭିଡ୍‌ ୱାର୍ଡର ନୋଡାଲ ଅଧିକାରୀଙ୍କୁ କହିବା ପରେ ଘଟଣା ସାମ୍ନାକୁ ଆସିଛି।


Times of India

ପରେ କୋଭିଡ୍‌ ୱାର୍ଡର ଇନ୍‌ଚାର୍ଜ ଡକ୍ଟର ଅସୀମା ବାନୁ ଜଣେ ବରିଷ୍ଠ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁୁ ସୂଚୀତ କରିବା ପରେ ସେ ପୁଲିସ୍‌ରେ ଅଭିଯୋଗ ଲେଖାଇଥିବା କଥା ଜାଣିବାକୁ ମିଳିଛି।

ପୁଲିସ୍‌‌ ଏ ସଂପର୍କରେ ସୂଚନା ଦେଇ କହିଛି ଯେ ଆମେ ଜଣେ ଅଜଣା ଡାକ୍ତରଙ୍କ ନାମରେ ମାମଲା ରୁଜୁ କରି ଦତନ୍ତ କରୁଛୁ। ତେବେ ଅଭିଯୁକ୍ତ ଡାକ୍ତର ଓ ତାଙ୍କ ସଂପର୍କିତ ସବିଶେଷ ତଥ୍ୟ ଏବେ ବି ହସ୍ପିଟାଲ୍‌ ପକ୍ଷରୁ ମିଳିନାହିଁ ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ଭିକ୍ଟୋରିଆ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାଣିବାକୁ ମିଳିଛି ‌ଯେ ଖୁବ୍ ଶୀଘ୍ର ପୁଲିସ୍‌କୁ ଘଟଣା ସଂପର୍କିତ ସବିଶେଷ ତଥ୍ୟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର