ଫତେହାବାଦ: ହରିୟାଣାର ଫତେହାବାଦରେ ଚିକିତ୍ସା ପାଇଁ ଯାଇଥିବା ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ଅସଦାଚରଣ ଶିକାର ହେବା ଘଟଣାକୁ ନେଇ ଉତ୍ତ୍ୟେକ୍ତ ଲୋକ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଛନ୍ତି।
ସୂଚନାଯୋଗ୍ୟ, ସହରର ଜଣେ ଯୁବତୀଙ୍କୁ ଡେଙ୍ଗୁ ଜ୍ୱର ହୋଇଥିଲା। ଚିକିତ୍ସା ପାଇଁ ଝିଅକୁ ଧରି ମା’ ସିରସା ରୋଡସ୍ଥିତ ଜିମ୍ମି ହସ୍ପିଟାଲକୁ ଏମବିବିଏସ ଡାକ୍ତର.ଜିମ୍ମି ଜିନ୍ଦଲଙ୍କ ପାଖକୁ ଯାଇଥିଲେ। ତେବେ ଡାକ୍ତର କିଛି ସମୟ ଯୁବତୀଙ୍କ ଚିକିତ୍ସା କଲା ପରେ ମା’ ଓ ଝିଅ ଉଭୟଙ୍କୁ ନିଶା ବାଟିକା ଦେଇଥିଲେ। ଝିଅ ଆଉ କିଛି ଚିକିତ୍ସା ବାକି ଅଛି କହି ଡାକ୍ତର ଯୁବତୀଙ୍କ ମା’ଙ୍କୁ ଘରକୁ ପଠାଇ ଦେଇଥିଲେ। ଏହାପରେ ଡାକ୍ତର ଡେଙ୍ଗୁ ଜ୍ୱରରେ ପୀଡିତା ଯୁବତୀଙ୍କୁ ଧରି ନିଜ ଘରକୁ ଚାଲି ଯାଇଥିଲେ। ଘରେ ଯୁବତୀଙ୍କ ସହିତ ଅସଦାଚରଣ କରିଥିଲେ। ପରେ ପୀଡିତାଙ୍କ ଭାଇକୁ ଫୋନ୍ କରି ନିଜ ରୋଗୀଙ୍କୁ ନେଇଯିବାକୁ କହିଥିଲେ। ଉକ୍ତ ଯୁବତୀ ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପରିବାରବର୍ଗଙ୍କୁ ଜଣାଇଥିଲେ। ଏହାପରେ ପୀଡିତାଙ୍କ ପରିବାରବର୍ଗ ଡାକ୍ତର.ଜିମ୍ମି ଜିନ୍ଦଲଙ୍କୁ ରାସ୍ତାକୁ ଆଣି ନିସ୍ତୁକମାଡ ମାରିଥିଲେ। କେବଳ ଏତିକି ନୁହେଁ ଡାକ୍ତରଙ୍କ ନଗ୍ନ କରି ମୁହଁରେ କାଳି ବୋଳି ରାସ୍ତାରେ ବୁଲାଇଥିଲେ।
ଡାକ୍ତରଙ୍କୁ ଭଗବାନ ବୋଲି ଲୋକେ ମାନି ଥାଆନ୍ତି। ଶରୀର ଅସୁସ୍ଥ ହେଲେ ଚିକିତ୍ସା ପାଇଁ ଏକମାତ୍ର ସାହାରା ଡାକ୍ତର ହିଁ ଥାଆନ୍ତି। ଏଡି ଡାକ୍ତରମାନେ ଯଦି ଏପରି କାରନାମା କରିବେ ତେବେ ରୋଗୀ କେଉଁ ଭରଷାରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବ। ତେବେ ଏହି ଘଟଣା ନେଇ ଯୁବତୀଙ୍କ ପରିବାରବର୍ଗ ଏସ୍ପିଙ୍କ ପିକଟରେ ଅଭିଯୋଗ କରିଥିଲେ। ଏସ୍ପି ଏହି ଅଭିଯୋଗକୁ ମହିଳା ଥାନା ଏସଏଚଓକୁ ପଠାଇ ଦେଇଥିଲେ। ମହିଳା ଥାନା ଏସଏଚଓ ଡାକ୍ତରଙ୍କୁ ଗିରଫ କରିବା ସହିତ ଯୁବତୀଙ୍କ ଡାକ୍ତରିମାଇନା କରାଯାଇଥିଲା। ଯୁବତୀଙ୍କୁ ନିଶା ଦିଆଯାଇଥିବା ଡାକ୍ତରି ରିପୋର୍ଟରୁ ପ୍ରମାଣିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/x28-1509178534-doc12.jpg.pagespeed.ic_.Tv8FcRP6eH.jpg)