ଦୁଷ୍କର୍ମ ପରେ ମୃତ ଭାବି ଶରୀରକୁ ଜଳାଇବା ବେଳେ ଚିତ୍କାର କରି ଉଠିଥିଲେ ଡାକ୍ତରାଣୀ, ଜୀବିତ ବୋଲି ଜାଣି ମଧ୍ୟ ନୃଶଂସ ପାଲଟିଥିଲେ ଦୁଷ୍କର୍ମକାରୀ

ହାଇଦ୍ରାବାଦ: ଦିନକୁ ଦିନ ହାଇଦ୍ରାବାଦ ଡାକ୍ତରାଣୀ ହତ୍ୟା ମାମଲାର ମୋଡ଼ ବଦଳୁଛି। କିଛି ଦିନ ତଳେ ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ତାଙ୍କର ମୃତ୍ୟୁ ଘଟିଥିବା ହେତୁ ଦୁର୍ବୃତ୍ତମାନେ ତାଙ୍କୁ ଜଳିଦେବା କଥା ଚର୍ଚ୍ଚା ହୋଇଥିବା ବେଳେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପୁଲିସ ହେପାଜତରେ ଥିବା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ପାଶା ନିଜେ ସ୍ୱୀକାର କରିଛି ଯେ ସେମାନେ ପୀଡିତାଙ୍କୁ ଜାଳିବା ବେଳେ ସେ ଜୀବିତ ଥିଲେ।

ସେମାନେ ଦୁଷ୍କର୍ମ ପରେ ପୀଡ଼ିତାଙ୍କ ହାତଗୋଡ଼ ବାନ୍ଧିଦେଇ ତାଙ୍କୁ ଜବରଦସ୍ତ ମଦ ପିଆଇଥିଲେ। ପୀଡ଼ିତା ଅଚେତ ହୋଇପଡ଼ିବା ପରେ ତାଙ୍କ ଦେହରେ ସେମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ମାତ୍ର ଶରୀରରେ ନିଆଁ ଲାଗିବା ପରେ ସେ ଖୁବ ଜୋରରେ ଚିତ୍କାର କରି ଉଠିଥିଲେ। ଚାରି ଜଣ ଅଭିଯୁକ୍ତ ପୀଡ଼ିତା ଜୀବିତ ବୋଲି ଜାଣି ମଧ୍ୟ ଧରାପଡ଼ିବା ଭୟରେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗତ ଗୁରୁବାର ପୁଲିସ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର କରିବା ପରେ ୨ ଦିନ ମଧ୍ୟରେ ଚାରି ଅଭିଯୁକ୍ତଙ୍କୁ ଖୋଜି ବାହାର କରିଛି। ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି ଦୁଷ୍କର୍ମ ଅଭିଯୁକ୍ତ।

ସମ୍ବନ୍ଧିତ ଖବର