ଡାକ୍ତରଙ୍କ ଭୁଲ ହେତୁ ‌ରୋଗୀଙ୍କୁ ହରାଇବାକୁ ପଡ଼ିବ ଦୁଇଟି ଗୋଡ଼!

ନୂଆଦିଲ୍ଲୀ: ଡାକ୍ତର ଭଗବାନଙ୍କ ରୂପ ହୋଇଥାଆନ୍ତି ବୋଲି କଥାରେ ରହିଛି। କିନ୍ତୁ ଅନେକ ଥର ଡାକ୍ତର ‌ରୋଗୀଙ୍କ ପ୍ରତି ଅବହେଳା କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅବହେଳା ପାଇଁ ରୋଗୀଙ୍କୁ ସାରା ଜୀବନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିକଟରେ ଜଣେ ରୋଗୀ ବାମ ଗୋଡ଼ର ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିବା ବେଳେ ଡାକ୍ତର ତାଙ୍କ ଡାହାଣ ଗୋଡ଼ କାଟି ଦେଇଥିଲେ।

ଏଭଳି ଏକ ଘଟଣା ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ‌ଫ୍ରିଷ୍ଟେଡ କ୍ଲିନିକରେ କାମ କରୁଥିବା ଡାକ୍ତର ଜଣେ ରୋଗୀଙ୍କ ଅସୁବିଧା ଥିବା ଗୋଡ଼ ବଦଳରେ ଭଲ ଥିବା ଗୋଡ଼ର ଅସ୍ତ୍ରୋପଚାର କରି ଦେଇଥିଲେ। ରୋଗୀ ତାଙ୍କ ବାମ ଗୋଡ଼ରେ ଯନ୍ତ୍ରଣା ହେଉଥିବା ହେତୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।‌ କିନ୍ତୁ ଡାକ୍ତର ରୋଗୀଙ୍କ ଡାହାଣ ଗୋଡ଼ର ଅସ୍ତ୍ରୋପଚାର କରି ଦେଇଥିଲେ।

ତେବେ ଅସ୍ତ୍ରୋପଚାର ପରଦିନ ନର୍ସ ଯେତେବେଳେ ଡ୍ରେସିଂ କରିଥିଲେ ସେତେବେଳେ ଯାଇ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା।  ଏହାପରେ ନର୍ସ ହାୟର ଅଥରିଟିଙ୍କୁ ଏହାର ସୂଚନା ଦେଇଥି‌ଲେ। ପୂରା ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ନିଜ ଦୋଷ ସ୍ବୀକାର କରିଥିଲେ। ଯେଉଁ ରୋଗୀଙ୍କ ଭୁଲ ଗୋଡ଼ର ଅସ୍ତ୍ରୋପଚାର ହୋଇଛି ତାଙ୍କ ବୟସ ୮୧ବର୍ଷ ହେବ ବୋଲି କୁହାଯାଉଛି। ତେବେ ବାମ ଗୋଡ଼ରେ ହେଉଥିବା ଯନ୍ତ୍ରଣା ହେତୁ ଏବେ ସେହି ଗୋଡ଼କୁ ବି କାଟିବାକୁ ପଡ଼ିବ । ଏହି ସବୁ ଘଟଣା ପରେ ରୋଗୀଙ୍କ ସମସ୍ତ ଦାୟିତ୍ବ ହସ୍ପିଟାଲ ନେବାକୁ ରାଜି ହୋଇଛି।

ସମ୍ବନ୍ଧିତ ଖବର