ନବାଜାତ ଶିଶକୁ ଧରି କୁକୁର ମାରିଲା ଚମ୍ପଟ..

ସହାରନପୁର: ନିଜ ପାପର ଫଳ ଲୁଚାଇବା ପାଇଁ ଜଣେ ମହିଳା ନବଜାତ ଶିଶୁର ମୃତଦେହକୁ ଏକ ଅଳିଆ ଗଦାରେ ଫିଙ୍ଗି ଦେଇ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ସେଠାରେ ବୁଲୁଥିବା ଏକ ବାରବୁଲା କୁକୁର ଖାଦ୍ୟ ଆଶାରେ ନବଜାତ ଶିଶୁକୁ ଧରି ଏଣେତେଣ ଦୌଡ଼ିବାକୁ ଲାଗିଥିଲା। କୁକୁର ମୁହଁରେ ନବଜାତ ଶିଶୁକୁ ଦେଖି ଆଖପାଖରେ ଛିଡା ହୋଇଥିବା ଲୋକମାନେ ଏହି ଦୃଶ୍ୟର ଫଟୋ ଉଠାଇଥିଲେ। ଲୋକମାନଙ୍କ ପାଟିତୁଣ୍ଡ ଶୁଣି କୁକୁରଟି ଶିଶୁକୁ ଧରି ବୁଦା ଭିତରେ ପଶି ଯାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ପୁଲିସ ନବଜାତ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ସହାରନପୁର ରେଲେଓ୍ଵ ଷ୍ଟେସନ୍‌ ନିକଟରେ ଗତ ଶନିବାର ସକାଳେ କୁକୁର ଏକ ନବଜାତ ଶିଶୁକୁ କାମୁଡି କାମୁଡି ଟାଣି ନେଉଥିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଲୋମମୂଳ ଟଙ୍କୁରି ଉଠିଥିଲା। ଏହି ନବଜାତ ଶିଶୁଟିକୁ କିଏ ଓ କିପରି ଭାବେ ଏଠାରେ ଆଣି ଫିଙ୍ଗି ଥିଲା ସେନେଇ ଯାଞ୍ଚ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର