ନୂଆଦିଲ୍ଲୀ: ଚିତାବାଘ ଭଳି ଦେଖା ଯାଉଥିବା ଏକ କୁକୁରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଚିନ୍ତାରେ ପଡ଼ିଯିବେ ଇଏ କୁକର ନା ବାଘ। କୁକୁରର ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପଶୁପକ୍ଷୀମାନଙ୍କ ହିତ ପାଇଁ କାମ କରୁଥିବା ସଂଗଠନଗୁଡ଼ିକ ଏହାର ଅଭିଯୋଗ କରିଛନ୍ତି। କୁକୁରର ଏଭଳି ଅବସ୍ଥା ଯିଏ କରିଛି ତାର ସନ୍ଧାନ ଜାରି ରଖିବା ସହିତ ଅଭିଯୁକ୍ତକୁ ଏଭଳି କାମ ପାଇଁ ଦଣ୍ଡ ଦେବାକୁ ଚେଷ୍ଟା ଚଳାଇଛନ୍ତି।
/sambad/media/post_attachments/32914f75e3c06a372221c6001dcce8031f68f5ce6e40dbd600d7e9188c2b5dd7.jpg)
ବାଘ ଭଳି ସଜେଇ ହୋଇଥିବା ଏହି କୁକୁରର ଫଟୋ ମାଲେସିଆରୁ ଆସିଥିବା ଜଣାଯାଇଛି। ମାଲେସିଆ ଆନିମଲ୍ ଏସ୍କାଲେସନ୍ ଅଫିସିଆଲ୍ ଫେସବୁକ୍ ପେଜରେ କୁକୁରର ଫଟୋ ପୋଷ୍ଟ କରି ଅନୁରୋଧ କରିଛନ୍ତି କି, ଯଦି ଏହି ଘଟଣା ସହିତ ଜଡ଼ିତ କିଛି ସୂଚନା ଆପଣଙ୍କ ପାଖରେ ଅଛି ତେବେ ତୁରନ୍ତ ଆମକୁ ସହଯୋଗ କରନ୍ତୁ। ଯେଉଁମାନେ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ ମଧ୍ୟ କରାଯିବ।
/sambad/media/post_attachments/86f4684f7b4262cf1cc7e1189dfe03332d78bc6fe4976a9f227ab93d6e514468.jpg)
ଏହି ପୋଷ୍ଟ ଦେଖି ଏପର୍ଯ୍ୟନ୍ତ ୬,୦୦୦ ରୁ ଅଧିକ ପ୍ରତିକ୍ରିୟା ଆସିଥିବା ବେଳେ ୩୦୦୦ଲୋକ ଏହାକୁ ସେୟାର ବି କରିଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ଏହି କୁକୁରକୁ ଦେଖି ଦୟା ଲାଗୁଛି। ଦୟା କରି ଏହି କୁକୁରକୁ କେହି ଉଦ୍ଧାର କରି ନିଅ। ନଚେତ କେହି କୁକୁରକୁ ଗୁଳି ମାରି ଦେବାର ଭୟ ରହିଛି। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, କୁକୁରର ଶରୀର ଏପରି ରଙ୍ଗରେ ରଙ୍ଗୀନ କରିବା ଦ୍ୱାରା ତାର ଲୋମ ଉପରେ ପ୍ରଭାବ ପଡ଼ି ପାରେ। ଏଥିସହିତ ସେ ଜିଭ ମାରି ତାର ଲୋମକୁ ଯେତେବେଳେ ସଫା କରୁଥିବ ସେହି ସମୟରେ ଏହି ରଙ୍ଗରେ ଲାଗିଥିବା ରାସାୟାନିକ ପଦାର୍ଥ ତାର ପେଟ ଭିତରକୁ ଯାଇ ହାନି ପହଞ୍ଚାଇ ପାରେ।