ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇଥିବା ବେଳେ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀଙ୍କ ପଛରେ ଲଗାଇଦେଲେ କୁକୁର,ତା’ ପରର ପରିସ୍ଥିତି କ’ଣ ଥିଲା ଜାଣନ୍ତୁ?

ଭୋପାଲ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ମହିଳାଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତାଙ୍କ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀ ସହ ଯେଉଁ ଭଳି ଭାବରେ ବ୍ୟବହାର କରିଥିଲେ,ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଭୋପାଲର ଶାହାଜାହାନ୍‌ପୁରରେ ରହୁଥିବା ଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲେ ଦୁଇ ମହିଳା ପୁଲିସକର୍ମୀ । ସେଠାରେ ପହଞ୍ଚିବା ପରେ ଲକ୍ଷ୍ମୀଙ୍କ ପରିବାର ଲୋକେ ଦୁଇ ମହିଳା ପୁଲିସକର୍ମୀଙ୍କୁ ଘର ଭିତରକୁ ଯିବା ପାଇଁ ନ ଦେବା ସହ ମାର୍‌ପିଟ୍‌ କରିଥିଲେ । ଦୁଇ ପକ୍ଷ ମଧ୍ୟରେ ବିବାଦ ବଢ଼ିବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଦୁଇ ପୁଲିସକର୍ମୀଙ୍କ ଖାକି ପୋଷାକୁ ଫାଡ଼ିଦେବା ସହ ପୋଷାକରେ ଲାଗିଥିବା ନେମ୍‌ପ୍ଲେଟ୍‌କୁ କାଢ଼ି ଫିଙ୍ଗି ଦେଇଥିଲେ । ଏତେ ସବୁ ପରେ ଦୁଇ ପୁଲିସକର୍ମୀ ପଛକୁ ନ ହଟିବାରୁ ଘରେ ଥିବା ପୋଷା କୁକୁରକୁ ମଧ୍ୟ ଦୁହିଁଙ୍କ ପଛରେ ଲଗାଇ ଦେଇଥିଲେ । ଯାହା ଫଳରେ ଜଣେ ମହିଳା ପୁଲିସକର୍ମୀଙ୍କୁ କୁକୁରଟି କାମୁଡ଼ି ଆହତ କରିଥିଲା ।

oneindia.com

ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଲକ୍ଷ୍ମୀଙ୍କ ପରିବାର ଲୋକେ ପୁଲିସକୁ ଆକ୍ରମଣ କରିଥିଲେ । ପୁଲିସ ପ୍ରତି ଏଭଳି ବ୍ୟବହାର ଏବଂ ସରକାରୀ କାମରେ ବାଧା ଦେଇଥିବାରୁ ଲକ୍ଷ୍ମୀଙ୍କ ପରିବାର ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର