ନୂଆଦିଲ୍ଲୀ: କାମ ଠିକରେ ନକରିବାରୁ ତାଗିଦ୍ କଲେ ମାଲିକାଣୀ। ରାଗରେ ମାଲିକାଣୀ ଓ ତାଙ୍କ ପୁଅକୁ ହତ୍ୟା କଲା ଅଭିଯୁକ୍ତ। ଏହି ହୃଦୟଥରା ଘଟଣା ଘଟିଛି ଦିଲ୍ଲୀର ଲାଜପତ ନଗର‌ରେ। ମୃତକଙ୍କ ନାମ ରୁଚିକା ସେୱାନୀ ଓ କ୍ରିଶ ବୋଲି ଜଣାପଡ଼ିଛି। ଅଭିଯୁକ୍ତଜଣକ ମୁକେଶ ବୋଲି ଚିହ୍ନଟ କରାଯାଇଛି। ଘଟଣାଟି ବୁଧବାର ରାତି ୯ଟା ୩୦ରେ ଘଟିଥିବା ସାମ୍ନାକୁ ଆସିଛି।

Advertisment

ମିଳିଥିବା ସୂଚନା ମୁତାବକ, କ୍ରିଶ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ରୁଚିକା ସେୱାନି ତାଙ୍କ ସ୍ୱାମୀଙ୍କ ସହ ଲାଜପତ ନଗର ବଜାରରେ ଏକ ପୋଷାକ ଦୋକାନ ଚଳାଉଥିଲେ। ମୁକେଶ ସେଠାରେ ଡ୍ରାଇଭର ଭାବେ କାମ କରୁଥିଲେ। ବୁଧବାର କୌଣସି କଥାକୁ ନେଇ ରୁଚିକା ଓ ମୁକେଶଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ରାଗରେ ଧାରୁଆ ଛୁରୀରେ ରୁଚିକା ଓ କ୍ରିଶଙ୍କ ଗଳା କାଟି ଦେଇଥିଲେ। ଏହା ପରେ ସେ ଫେରାର ହୋଇଯାଇଥିଲେ। ରୁଚିକାଙ୍କ ସ୍ବାମୀ କାମରୁ ଫେରି ଘର କବାଟ ବାଡ଼ାଇଥିଲେ ବି କେହି ଖୋଲି ନଥିଲେ। ଏହା ପରେ ସେ ଘରର ଫାଟକ ଓ ପାହାଚରେ ରକ୍ତ ଛିଟା ଦେଖି ପୁଲିସକୁ ଫୋନ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ଦୁହିଁଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିଥିଲା।

ଏବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପ୍ରକୃତରେ ମୁକେଶ ଏଭଳି ପଦକ୍ଷେପ କାହିଁକି ନେଲା, ତାହାର କାରଣ ଜାଣିବାକୁ ତଦନତ