ମିଳୁ ନାହାନ୍ତି ଦୁଇ ମାୟାବିନୀ ଯୁବତୀ

ଫେସ୍‌ବୁକ୍‌ ଜାଲରେ ଛନ୍ଦି ଯୁବକଙ୍କୁ ଅପହରଣ ଘଟଣା ଫେସ୍‌ବୁକ୍‌ ଜାଲରେ ଛନ୍ଦି ଯୁବକଙ୍କୁ ଅପହରଣ ଘଟଣା ଫେସ୍‌ବୁକ୍‌ ଜାଲରେ ଛନ୍ଦି ଯୁବକଙ୍କୁ ଅପହରଣ ଘଟଣା

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଫେକ୍‌ ଆଇଡି ବ୍ୟବହାର କରି ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ କରିବା ଘଟଣାରେ ସଂପୃକ୍ତ ଥିବା ଦୁଇ ମାୟାବିନୀ ଯୁବତୀଙ୍କୁ ଚିହ୍ନଟ କରାଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ପତ୍ତା ପାଉନି। ଦୁଇ ଦିନ ତଳେ କମିସନରେଟ ପୁଲିସର ସ୍ପେସାଲ୍‌ ସ୍କ୍ଵାଡ୍‌ର୍ ଦୁହିଁଙ୍କୁ ଗିରଫ କରିବାକୁ ପୁରୀ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଛି। ଯୁବତୀ ଦ୍ୱୟ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇଛନ୍ତି। ଏପରିକି ସେମାନଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ବନ୍ଦ ହୋଇ ଯାଇଛି। ଅନ୍ୟପକ୍ଷରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ମହାପାତ୍ର ଓରଫ୍‌ ଗୋପୀ ଓ ଶୁଭ୍ରରାଜ ବେହେରା ଓରଫ ଟିଟିକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ ହୋଇ ସାରିଛି। ଆସନ୍ତା ୧୩ ତାରିଖରେ ଦୁହେଁ ରିମାଣ୍ଡରେ ଆସିବେ। ଏଠାରେ ପ୍ରକାଶଥାଉକି, ମାୟାବିନୀ ଯୁବତୀ ଦୁହେଁ, ଫୋନ୍‌ ମାଧ୍ୟମରେ ଧନୀ ଘରର ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇ ପୁରୀ ଡାକୁଥିଲେ। ପରେ ଯୁବକମାନଙ୍କୁ ଅପହରଣ କରାଯାଇ ମୁଣ୍ଡ ଜାମିନ୍‌ ରଖାଯାଉଥିଲା। ଏହିଭଳି ଭାବେ ଗୋପୀ ଗ୍ୟାଙ୍ଗ୍‌ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ଛକରୁ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ କରିବା ସହିତ ୧୧ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ ରଖିଥିଲେ। ସଂପୃକ୍ତ ଛାତ୍ରଙ୍କ ସହିତ ଗୋପୀର ମହିଳା ବନ୍ଧୁ ଜଣକ ଫେସ୍‌ବୁକ୍‌ରେ ବିଭିନ୍ନ ଯୁବତୀଙ୍କ ନାଁରେ ଫେକ୍‌ ଆଇଡି ଖୋଲି ସମ୍ପର୍କ ଯୋଡି ଥିଲେ। ପରେ ସେହି ଫେକ୍‌ ଆଇଡିରୁ ମୋବାଇଲ୍‌ ନମ୍ବର ଦିଆନିଆ ହୋଇଥିଲା। ମହିଳା ବନ୍ଧୁ ଜଣକ ଛାତ୍ରଙ୍କ ସହିତ ଗପସପ କରି ସମ୍ପର୍କ ଯୋଡ଼ିବା ପରେ ସେ ମାୟାବିନୀଙ୍କ ଜାଲରେ ପଡ଼ି ଯାଇଥିଲେ। ପରେ ତାଙ୍କୁ ଅପହରଣ କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ପର୍ଦାଫାସ କରି ୩ ଜଣ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଯୁବତୀ ଦୁହେଁ ଓ ଗୋପୀ ଗ୍ୟାଙ୍ଗ୍‌ ପୂର୍ବରୁ କେଉଁକେଉଁ ମାନଙ୍କୁ ଏଭଳି ଫେକ୍‌ ଆଇଡି କରି ଲୁଟପାଟ କରିଛନ୍ତି ସେ ନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ପୁଲିସ ଗୋପୀ ଓ ଟିଟିକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି। ପୂର୍ବରୁ ଗୋପୀ ଅନେକ ଦିନ ଧରି ହାଇଦ୍ରାବାଦରେ ରହୁଥିଲା। ତେଣୁ ସେଠାରେ ସେ ଏଭଳି ଅପରାଧ ଘଟାଇଛି କିମ୍ବା ନାହିଁ ତାର ମଧ୍ୟ ଅନୁସନ୍ଧାନ କରାଯିବ ବୋଲି ସ୍ପେସାଲ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର