କେନ୍ଦୁଝର: ଝୁମ୍ପୁରା ବ୍ଲକ ମଳଦାରେ ଡବଲ ମର୍ଡର, ଅଭିଯୁକ୍ତ ଗିରଫ
କେନ୍ଦୁଝର: ଝୁମ୍ପୁରା ବ୍ଲକ ମଲଦା ପଂଚାୟତର କାଶିଆ ଗ୍ରାମରେ ଗୁରୁବାର ୨ ଜଣଙ୍କୁ ଅତି ନୃଶସ ଭାବେ ହତ୍ୟା କରାଯାଇଛି।। ମୃତକ ମାନେ ହେଲେ ୨ ଭାଇ ବୋଲି ପୁଲିସ କହିଛି। ନାଏକ ସାହିରେ ହୋଇଥିବା ଡବଲ ମର୍ଡର ଘଟଣାର ଶିକାର ହୋଇଛନ୍ତି ଦୁଇ ଭାଇ କରମୁ ନାଏକ ଓ ସମାର ନାଏକ। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ବାମେବାରୀ ଥାନା ଅନ୍ତର୍ଗତ କାଶିଆ ଗ୍ରାମର ଉଦ୍ଧବ ନାଏକ ଆଜି ପୂର୍ବାହ୍ଣରେ କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲା। ଘରକୁ ଫେରିବା ପୂର୍ବରୁ ସେ ମଦ ପିଇଥିଲା। ଉଦ୍ଧବ ଘରକୁ ଫେରିବା ବେଳେ ଗାଁ ଦାଣ୍ଡରେ ସମ୍ଭାରୁ ନାଏକ ବସିଥିଲେ। ଉଦ୍ଧବ ଓ ସମ୍ଭାରୁ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉଦ୍ଧବ ଉତ୍ତେଜିତ ହୋଇ ହାତରେ ଧରିଥିବା କୁରାଢ଼ୀରେ ସମ୍ଭାରୁକୁ ଆକ୍ରମଣ କରିଥିଲା। ଏହି ସମୟରେ ସାନଭାଇ କରମୁ ବଡ଼ଭାଇକୁ ବଂଚାଇବାକୁ ଯାଇ ହତ୍ୟାର ଶିକାର ହୋଇଥିଲା।
ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଂଚି ୨ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଛି। ଅଭିଯୁକ୍ତ ଉଦ୍ଧବ ଗିରଫ ହୋଇଛି।