କୋଲକାତାରୁ ସାମ୍ନାକୁ ଆସିଲା ଛାତି ଥରାଇ ଦେବା ଭଳି ଘଟଣା,ବନ୍ଦ ଘରୁ ଦୁଇଟି ସୁଟ୍‌କେସ୍‌ରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ

କୋଲକାତା : କୋଲକାତାରେ ଏକ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି । ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତଦେହ ଯେଉଁ ଅବସ୍ଥାରେ ମିଳିଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ପୁଲିସ ଦୁଇଟି ମୃତଦେହ ଜବତ କରି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Times Now

ସୂଚନା ମୁତାବକ, ପ୍ରଦୀପ ଓ ଅଲ୍‌ପନା ବିଶ୍ୱାସ ଏକ ଭଡ଼ା ଘରେ ରହୁଥିଲେ । ଘରର ମାଲିକ ବାହାରେ ରହୁଥିବା ବେଳେ ସବୁବେଳେ ଦୁହିଁଙ୍କୁ ଫୋନ କରି ଘରର ଅବସ୍ଥା ପଚାରି ବୁଝନ୍ତି । କିନ୍ତୁ କିଛି ଦିନ ହେବ ଅଲ୍‌ପନା ଘରର ମାଲିକଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ । ଯାହା ପରେ ଘରର ମାଲିକ କିଛି ଦିନ ଅପେକ୍ଷା କରିବା ପରେ ପ୍ରଦୀପଙ୍କ ଭାଇ ଜୟଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କୁ ଏ ସବୁ ବିଷୟରେ ଜଣାଇବା ପରେ ଜୟ ତୁରନ୍ତ ଯାଇ ପ୍ରଦୀପ ଓ ଅଲ୍‌ପନା ରହୁଥିବା ଘରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଦୁଇଟି ବଡ଼ ବଡ଼ ସୁଟ୍‌କେସ୍‌ ଗାଧୁଆ ଘରେ ପଡ଼ିଥିବାର ଦେଖିଥିଲେ ଜୟ । ପାଖକୁ ଯିବା ପରେ ସୁଟ୍‌କେସ୍‌ ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ସେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେସ୍‌ ଖୋଲିବା ପରେ ଭିତରେ ପ୍ରଦୀପ ଓ ଅଲ୍‌ପନାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ରଖାଯାଇଥିବା ଦେଖିବାକୁ ପାଇଥିଲେ । ତେବେ ଏଭଳି ଘଟଣା ଘଟାଇଲା କିଏ? ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର