ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଧରାପଡ଼ିଲା ଅପହୃତ ଗାଡ଼ି, ଗିରଫ ହେଲେ ୮ ଅପରାଧୀ

ଭୁବନେଶ୍ବର: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅପହରଣ ହୋଇଥିବା ଗାଡ଼ି ଧରାପଡ଼ିବା ସହିତ ଗିରଫ ହୋଇଛନ୍ତି ଅପରାଧୀ । ଅପହରଣର ପୂରା କାହାଣୀ ବଖାଣିଛନ୍ତି ଡ୍ରାଇଭର । ବଲାଙ୍ଗୀର କହି ବୌଦ୍ଧ ନେଇ ଯାଇଥିଲେ ଅପରାଧୀ। ଗାଡ଼ିରେ ବନ୍ଧୁକ ଦେଖିବା ପରେ ଏବଂ ପା‌ସେଞ୍ଜରଙ୍କର ସନ୍ଦେହଜନକ ଗତିବିଧି ଦେଖିବା ପରେ ବିପଦ ବାରି ପାରିଥିଲେ। ଏହାପରେ ସେ ଗାଡ଼ିରେ ସବାର ଅପରାଧୀଙ୍କ ଅଗୋଚରରେ ମାଲିକଙ୍କ ପାଖକୁ ଏକ ମେସେଜ୍ ପଠାଇ ଦେଇଥିଲେ। ଏହାପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା ଓ ପୁଲିସ ଜାଲ ବିଛାଇ ଅପରାଧୀଙ୍କ ଷଡଯନ୍ତ୍ର ପଣ୍ଡ କରିଥିଲା।

ଡ୍ୟୁଟି ଅନୁସାରେ ଭୁବନେଶ୍ବର  ବରମୁଣ୍ଡାରେ ରାତି ୪ଟାରେ ଗାଡି ଲଗାଇଥିଲେ । ଅପହରଣକାରୀ ତାଙ୍କୁ ବଲାଙ୍ଗୀର କହି ବୌଦ୍ଧ ନେଇଥିଲେ । ନୟାଗଡରୁ ଆଉ ଏକ ପିକଅପ ଭ୍ୟାନଯାଇଥିଲା । ଗାଡି ଭିତରେ ଖଣ୍ଡା ଓ ହତିଆର ରଖାଯାଇଥିଲା ।  ସେପଟେ କେମିତ ହେଇଥିଲା ଅପହରଣ ଉଦ୍ୟମ ଓ ପୁଲିସ ଏହାକୁ କିଭଳି ଧରିଥିଲା ସେ ନେଇ ତଥ୍ୟ ଦେଇଛନ୍ତି ବୌଦ୍ଧ ଏସପି । ବୌଦ୍ଧ ଏସପି ଭି. ରଘୁନାଥ ରାଓ କହିଛନ୍ତି, ଗିରଫ ୮ ଜଣଙ୍କ ନାଁରେ ଖୋର୍ଧା ଓ ନୟାଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ଚୋରି, ଡକାୟତ ଭଳି ଜଘନ୍ୟ ମାମଲା ରହିଛି । ଏମାନେ ବଡଧରଣର ଅପହରଣ ଯୋଜନା କରୁଥିଲେ । ନୟାଗଡ ନିକଟରେ ଏହି ଅପରାଧ ଯୋଜନା କରିଥିଲେ । କିନ୍ତୁ ସେମାନଙ୍କ ମିଶନ ଫେଲ ମାରିଛିା  ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । ବଲାଙ୍ଗୀରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ଭଡା କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ ।

କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । କାରର ଡ୍ରାଇଭର କରିଥିଲେ ଏକ ମେସେଜ୍ । ଗାଡିର ମାଲିକଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହାପରେ ଆରମ୍ଭ ହୋଇଗଲା ତନାଘନା । ପୁଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୁଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।

ସମ୍ବନ୍ଧିତ ଖବର