ରାଉରକେଲା: ଦିନ ଦ୍ବିପ୍ରହରରେ ସର୍ବସାଧାରଣରେ ମଦ ପିଉଥିଲେ । ଏହାଦ୍ବାରା ପଥଚାରୀ, ଯାତ୍ରୀ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଥିଲେ। ବିଳମ୍ବ ହେଉପଛେ, ପୁଲିସ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଝିରପାଣି ଓ କୋଏଲନଗର ମଦ ଦୋକାନ ପାଖରେ ମଦ ପିଉଥିବା ୧୧ ଜଣ ମଦୁଆକୁ ପୁଲିସ ଗିରଫ କରିଛି ।
/filters:format(webp)/sambad/media/media_files/2025/09/08/drone-2025-09-08-22-44-57.jpeg)
ଦୀର୍ଘଦିନ ହେଲା ଅଞ୍ଚଳରେ ମଦୁଆଙ୍କ ଉତ୍ପାତ ଲାଗିରହିଥିଲା । ସ୍ଥାନୀୟ ପୁଲିସ ସବୁଜାଣି ଚୁପ୍ ବସିଥିଲା। ତେବେ କିଛିଦିନ ପୂର୍ବେ ଏସ୍ପି ନୀତେଶ ୱାଧୱାନୀଙ୍କ କୋଏଲନଗର ଗସ୍ତବେଳେ ସ୍ଥାନୀୟ ବାସିନ୍ଦା ଏନେଇ ଦୃଷ୍ଟିଆକର୍ଷଣ କରିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶପରେ ପୁଲିସ ତନାଘନା ଆରମ୍ଭ କରିଛି। ଡ୍ରୋନ୍ ମାଧ୍ୟମରେ ମଦୁଆଙ୍କୁ ଠାବ କରାଯାଇଥିଲା। କୋଏଲନଗର ଓ ଝିରପାଣି ମଦ ଦୋକାନ ସମ୍ମୁଖରେ ମଦ ପିଉଥିବା ୧୧ ଜଣଙ୍କୁ ପୁଲିସ କାବୁ କରିନେଇଛି। ଏହାପୂର୍ବରୁ ୭ ଜଣ ଅସାମାଜିକଙ୍କ କାବୁ କରାଯାଇଥିଲା।
/filters:format(webp)/sambad/media/media_files/2025/09/08/shop-2025-09-08-22-45-08.jpeg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/08/new-project-1-2025-09-08-22-44-32.jpg)