ଆୟକର ଦାଖଲ ବେଳେ ବାର୍ଷିକ ଆୟ ୪୦ଲକ୍ଷ ଟଙ୍କା ଦର୍ଶାଇ ଧରାପଡ଼ିଲେ ଶ୍ରମିକ; ଚଳାଇଥିଲେ ଗଞ୍ଜେଇ ବେପାର

ବେଙ୍ଗାଲୁରୁ : ନିଜର ବାର୍ଷିକ ଆୟ ୪୦ଲକ୍ଷ ଟଙ୍କା ଦର୍ଶାଇ ଆୟକର ରିଟର୍ନ ଦାଖଲ କରିବା ସମୟରେ ପୁଲିସ ହାତରେ ଧରା ପଡ଼ିଛନ୍ତି ନିର୍ମାଣ ଶ୍ରମିକ ରଚପ୍ପା ରାଙ୍ଗା । ଗଞ୍ଜେଇ ଏବଂ ଡ଼୍ରଗ୍ସ ବିକ୍ରି କରି ସେ ବେଆଇନରେ ଟଙ୍କା ଆୟ କରୁଥିବା ପୁଲିସ ତଦନ୍ତରୁ ଜଣା ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହା ସହ କୋରାମଙ୍ଗଳ ପୁଲିସ ୨୬ କେ.ଜି ଗଞ୍ଜେଇ ଏବଂ ୫ ଲକ୍ଷ ନଗଦ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ରଚପ୍ପା ରଙ୍ଗା ଏବଂ ତାଙ୍କ ସାଥୀ ଶ୍ରୀନିବାସଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କର ଅନ୍ୟ ଏକ ସାଥୀ ସଶୁ ଖସି ଯାଇଥିବା ଜଣାପଡ଼ିଛି । ପୁଷ୍ପାପୂରା, ଚମରାଜନଗରରେ ୧୨ବର୍ଷ ପୂର୍ବରୁ ରହୁଥିବା ରଚପ୍ପା ରଙ୍ଗା ନିଜର ବେଆଇନ କାମ ଆରମ୍ଭ କରିବା ପାଇଁ ଆସି କନକପୂରା ରୋଡ଼ ରହିଥିଲୋ

୨୦୧୭-୧୮ବର୍ଷ ପାଇଁ ଆୟକର ଦାଖଲ କରିବା ସମୟରେ ପ୍ରଥମେ ସେ ପୁଲିସ ନଜରରେ ଆସିଥିଲେ । ବାର୍ଷିକ ଆୟ ୪୦ଲକ୍ଷ ଦର୍ଶାଇଥିବାରୁ ଆୟକର ବିଭାଗର ରଚପ୍ପାଙ୍କ ଉପରେ ସନ୍ଦେହ ଆସିଥିଲା । ଏହା ପରେ ସେ ପୁଲିଙ୍କୁ ରଚପ୍ପାଙ୍କ ଉପରେ ନଜର ରଖିବାକୁ କହିଥିଲେ । ପୁଲିସ ଏ ନେଇ ଖବର ପାଇବା ପରେ ରଚପ୍ପାଙ୍କ ଉପରେ ନଜର ରଖିବା ଆରମ୍ଭ କରିଥିଲେ । ଚୋରାରେ ଗଞ୍ଜେଇ କରୁଥିବା ରଚପ୍ପା ୨୦୧୩ରେ ଜଣେ କନଷ୍ଟ୍ରକ୍‌ସନ ଲେବର ଥିଲେ । ଯୁବପିଢ଼ିଙ୍କୁ ଚାକିରି ଦେବା ଏବଂ ଡ଼୍ରଗ୍‌ ବିକ୍ରି କରି ସେ କୋଟି କୋଟି ଟଙ୍କା କମାଉଥିବା ପୁଲିସ ଜାଣିବାକୁ ପାଇଥିଲା । ଏହା ସହ କନକପୂରାରେ ଥିବା ଘର ପାଇଁ ସେ ମାସିକ ଭଡ଼ା ୪୦,୦୦୦ଦେବା ସହ ଏକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ବ୍ୟବହାର କରୁଥିବା ତଦନ୍ତ ପରେ ପୁଲିସ ଜାଣି ପାରିଥିଲା । ଏତେ ସବୁ ସୂଚନା ପାଇବା ପରେ ରଚପ୍ପା ଏବଂ ତାର ସାଥୀମାନଙ୍କୁ ଗିରଫ କରିବା ପାଇଁ ଜାନୁଆରି ୨୦ରେ ଏକ ହୋଟେଲରେ ଯାଇ ପହଞ୍ଚିବା ପରେ ରଚପ୍ପା ଏବଂ ଶ୍ରୀନିବାସଙ୍କୁ ଧରିବାରେ ସଫଳ ହୋଇଥିଲା ।

କିନ୍ତୁ ସେମାନଙ୍କର ଅନ୍ୟ ଏକ ସାଥୀ ସଶୁ ସେଠାରୁ ଖସି ପଳାଇବାରେ ସମର୍ଥ ହୋଇଥିଲା । ସୂଚନା ଅନୁଯାୟୀ, ପ୍ରତି ମାସରେ ସେମାନେ ୩୦ କେଜି ଗଞ୍ଜେଇ ବିକ୍ରି କରିବା ସହ ଗୋଟେ କେଜି ପିଛା ୩୦,୦୦୦ହଜାର ଟଙ୍କା ଆୟ କରୁଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର