ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍ ଭିତରେ ପ୍ରେମୀଯୁଗଳ ଆପତ୍ତିଜନକ କାମ କରୁଥିବାର ଦୃଶ୍ୟ ସିସିଟିଭିରେ କୈଦ୍ ହୋଇଯିବା ପରେ ଏହା ଭାଇରାଲ ହୋଇଯାଇଛି। ପ୍ରେମୀଯୁଗଳ ଯେଉଁ ଟ୍ରେନ୍ରେ ଆପତ୍ତିଜନକ କାମ କରୁଥିଲେ ସେହି ଟ୍ରେନ୍ଟି ସ୍କଟଲ୍ୟାଣ୍ଡର ଗ୍ଲାସଗୋରୁ ଏଡିନବର୍ଗ ଯାଉଥିବା ଜଣାପଡ଼ିଛି। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2019/10/train_102119034931-300x169.jpg)
ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରେମୀଯୁଗଳ ବିଳମ୍ବିତ ରାତିରେ ଟ୍ରେନ୍ରେ ଚଢ଼ିଥିଲେ। ବହୁତ ରାତି ହୋଇଯାଇ ଥିବାରୁ ସେହି ସମୟରେ ଟ୍ରେନ୍ର ଅନେକ ସ୍ଥାନ ଖାଲି ଥିଲା। ଏହାର ସୁଯୋଗ ନେଇ ପ୍ରେମୀଯୁଗଳ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗି ପଡ଼ିଥିଲେ। ସୋସିଆଲ ମିଡିଆରେ ଏହି ଆପତ୍ତିଜନକ କାର୍ଯ୍ୟ ଭାଇରାଲ ହେବା ପରେ ପ୍ରେମୀଯୁଗଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଉଛି।
ସ୍କଟଲ୍ୟାଣ୍ଡ ମୁଖ୍ୟ କହିଛନ୍ତି, ଏଭଳି ଅସାମାଜିକ ଘଟଣା ପାଇଁ ସ୍କଟଲ୍ୟାଣ୍ଡ ରେଳବାଇରେ କୌଣସି ସ୍ଥାନ ନାହିଁ। ବିଟ୍ରିସ୍ ଟ୍ରାନ୍ସପୋର୍ଟ ପୁଲିସ ସହିତ ମିଶି ଏହି ଘଟଣାର ଯାଞ୍ଚ କରାଯାଉଛି। ଦୋଷୀଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱସନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/train-thumbnail.jpg)