ଜେଲ୍‌ ଗଲେ ମାତାଲ କାର୍‌ ଚାଳକ

ବାଲିଅନ୍ତା: ୨୫ତାରିଖ ରାତି ୧୦ଟାରେ ହଂସପାଳ-ଜୟଦେବ ମୁଖ୍ୟ ରାସ୍ତାରେ ଘଟିଥିବା ସିରିଜ୍‌ ଦୁର୍ଘଟଣା ମାମଲାରେ ବାଲିଅନ୍ତା ଥାନା ପୁଲିସ ଆଜି ସଂପୃକ୍ତ ମାତାଲ କାର୍‌ ଚାଳକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ଏହି ଥାନା ଅନ୍ତର୍ଗତ ସାହେବନଗର ଗ୍ରାମର ସାଗର ଗୋଚ୍ଛାୟତ (୨୮)। ଏଥିସହ ପୁଲିସ ଏହି ଗ୍ରାମରେ ଚଢ଼ଉ କରି ସାଗର ଲୁଚାଇ ରଖିଥିବା ଦୁର୍ଘଟଣାଗ୍ରସ୍ତ କାର (ଓଡି୦୨-ଜେଡ୍‌ ୪୦୨୬)କୁ ମଧ୍ୟ ଜବତ କରିଛି। ତେବେ କୋର୍ଟରେ ଜାମିନ୍‌ ନାମଂଜୁର ହୋଇଯିବାରୁ ସାଗରକୁ ଝାରପଡ଼ା ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖ ରାତିରେ ସାଗର ଦ୍ରୁତ ଗତିରେ ଏକ କାର୍‌ ଚଲାଇ ପ୍ରତାପରୁଦ୍ରପୁର ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ପାରିବାସୁଦେଇପୁର ଗ୍ରାମର କାଶୀନାଥ ପାତ୍ର (୫୩)ଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କୂଳସାହି ଗ୍ରାମ ନିକଟରେ ପୁଣି ଦୁଇଜଣ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର