ଚୀନ: ପୂର୍ବ ଚୀନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଅର ବିବାହ ଭୋଜି ଚାଲିଥିବା ସମୟରେ ଶ୍ୱଶୁର ବିବାହ ମଣ୍ଡପ ଉପରେ ଚଢ଼ି ନବବଧୂକୁ ଚମ୍ବନ କରିଥିଲେ। ତେବେ ଶ୍ୱଶୁର ମଦ ନିଶାରେ ଏପରି କରିଥିବା ପରିବାର ଲୋକେ କହୁଛନ୍ତି।
/sambad/media/post_attachments/wp-content/uploads/2018/02/xchina2-1519726147.jpg.pagespeed.ic_.qy7i6NwAzz-300x225.jpg)
ସୂଚନାଯୋଗ୍ୟ, ଫେବ୍ରୁଆରି ୨୨ ତାରିଖରେ ଚୀନର ଜିୟାଙ୍ଗସୁ ପ୍ରାନ୍ତସ୍ଥଇତ ୟାଙ୍ଗଚେଙ୍ଗ ଏକ ମଣ୍ଡପରେ ବିବାହ ଭୋଜି ଚାଲିଥିଲା। ବର-କନ୍ୟା ମଣ୍ଡପ ଉପରେ ଛିଡା ହୋଇଥିବା ସମୟରେ ହଠାତ୍ ବରର ପିତା ଅର୍ଥାତ୍ ବଧୂର ଶ୍ୱଶୁର ମଣ୍ଡପକୁ ଚଢ଼ି ଯାଇ ନବବଧୂକୁ ସମସ୍ତଙ୍କ ସମ୍ମୁଖରେ ଚୁମ୍ବନ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ଦୃଶ୍ୟ ଦେଖି ହଠାତ କିଛି ବୁଝି ପାରି ନଥିଲେ। ପରେ ଜଣେ ପଡ଼ିଲା ପୁଅର ପିତା ମଦ ନିଶାରେ ଏଭଳି କାରନାମା କରିଛନ୍ତି ବୋଲି। ପରେ ନିଜର ଏହି ଲଜ୍ଜାଜନକ ଘଟଣା ସମ୍ପର୍କରେ ଜାଣିବା ପରେ ବରର ପିତା ସମସ୍ତଙ୍କୁ କ୍ଷମା ମାଗିଥିଲେ।
ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଗୁଜବ ଉଠିଛି କି, ଏହି ଘଟଣା ପରେ ପୁଅ ପିତାକୁ ମାଡ ମାରିଥିଲା। ଫଳରେ ପିତା ରାଗି ଯାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ଏସବୁ ଘଟଣା ମିଥ୍ୟା ଅଟେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/xchina3-1519726199.jpg.pagespeed.ic_.lojZky5Pwc.jpg)