ପୁଲିସ୍‌ କର୍ମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେଲେ ମଦ୍ୟପ ଯୁବକ, କଷିକି ଗାଲକୁ ଦେଲେ ପୁଲିସ୍‌ବାକୁ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବୋନାଲୁ ଉତ୍ସବ ମନା ଯାଉଥିବା ସମୟରେ ଏକ ବେସରକାରୀ ବ୍ୟାଙ୍କ୍‌ର ଜଣେ କର୍ମଚାରୀ ଜଣେ ପୁଲିସ୍‌ କର୍ମୀଙ୍କୁ ଚୁମ୍ବନ ଦେଇଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି। ୨୮ ବର୍ଷିଅ ଏହି ଯୁବକ ଜଣକ ରବିବାର ରାତିରେ ଏପରି କାଣ୍ଡ ରଚିଥିବା ଖବର ରହିଛି।

ଏହି ଘଟଣା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦଳେ ବ୍ୟକ୍ତି ରାସ୍ତା ଉପରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ସେହି ସମୟରେ ୨୮ ବର୍ଷିଅ ଏହି ଅଭିଯୁକ୍ତ ଯୁବକ ଜଣକ ବାହାରି ପୁଲିସ୍‌ କର୍ମଚାରୀଙ୍କୁ ଚୁମ୍ବନ ଦେଇଥିଲେ। ପୁଲିସ୍‌ ଜଣକ ତୁରନ୍ତ ବ୍ୟକ୍ତିଙ୍କୁ ଟାଣି ଧରି ଏକ ଚାପୁଡ଼ା ମାରିଥିବା ସୂଚନା ରହିଛି।

ପୁଲିସ୍‌ ପ୍ରଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣ ଏକ ବେସରକାରୀ ବ୍ୟାଙ୍କ୍‌ କର୍ମଚାରୀ। ଏହି ଘଟଣାର ଏବେ ବି ଜାରି ରହିଛି।

ସମ୍ବନ୍ଧିତ ଖବର