ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ରେଳଧାରଣାରେ ପୋଷାକ ଖୋଲି ବସିଥିବା ଦେଖିବାକୁ ମିଳୁଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ମୁମ୍ବାଇର ରେଳ ପ୍ଲାଟଫର୍ମରେ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ଏହି ସମୟରେ  ଧାରଣାରେ ଏକ ଟ୍ରେନ ଛିଡ଼ା ହୋଇଛି। ଏହି ଟ୍ରେନର ସାମ୍ନା ପାର୍ଶ୍ବରେ ହଠାତ ଜଣେ ଯୁବକ ଚଢ଼ି ଯାଉଛନ୍ତି। ଯୁବକଙ୍କୁ ଏପରି ଚଢ଼ିବା ଦେଖି  ଲୋକପାଇଲଟ ବାରଣ କରୁଛନ୍ତି। କିନ୍ତୁ ସେ ଶୁଣି ନାହାନ୍ତି। ଏହାପରେ ଲୋକୋପାଇଲଟ ବାଡ଼ି ଦେଖାଇ ଯୁବକଙ୍କୁ ଭୟଭୀତ କରି ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।


ଏହାପରେ ଯୁବକ ଜଣକ ଟ୍ରେନରୁ ଓହ୍ଲାଇ ଆସି ଏକ ଧଳାରଙ୍ଗର ଗାମୁଛା ପିନ୍ଧି ରେଳ ଧାରଣାରେ ବସି ରହିଥିଲେ। ଲୋକୋପାଇଲଟ ତାଙ୍କୁ ଧାରଣାରୁ ହଟିବା ପାଇଁ ଯେତେ କହିଥିଲେ ବି ସେ ଶୁଣି ନଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଧାରଣାରୁ ଟେକି ନେଇ ପଚରାଉଚରା ଜାରି ରଖିଛି। 

ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି ଘଟଣାରେ ସମ୍ପୃକ୍ତ ଥିବା ଯୁବକ ଜଣକ ଅତ୍ୟଧିକ ମଦପାନ କରିଥିବା ସହିତ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ।