ଇଣ୍ଡିଗୋର ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରିିବା ପରେ ଗୋଡ଼ ଧରି ଭୁଲ୍‌ ମାଗିଲେ ଯୁବକ

ହାଇଦ୍ରାବାଦ: ଅନେକ ସମୟରେ ଏପରି ଦେଖିବାକୁ ମିଳେ ପୁରୁଷମାନେ ପ୍ରଥମେ ଭୁଲ୍‌ କରି ପରେ ନିଶାଗ୍ରସ୍ତ ଥିଲେ ବୋଲି କହି କଥା କୋହଳ କରିବାକୁ ଚେଷ୍ଟା କରନ୍ତି। ଅନେକ ସ୍ଥାନରେ ନିଶାଗ୍ରସ୍ଥ ପୁରୁଷଙ୍କ ଦ୍ୱାରା ମହିଳା ଅସଦାଚାରଣର ଶିକାର ହେଉଥିବା ଦେଖିବାକୁ ମିଳୁଛି। ନିକଟରେ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଘଟିଯାଇଛି ଏହିପରି କିଛି ଘଟଣା। ବିମାନ ବନ୍ଦର ବାହାରେ ଦୁଇ ଜଣ ଯୁବକ ଇଣ୍ଡିଗୋର ଜଣେ ମହିଳା କ୍ୟାବିନ କ୍ରିୟୁଙ୍କୁ ଖରାପ ବ୍ୟବହାର କରିଥିିବାର ଏକ ଭିଡ଼ିଓ ନିକଟରେ ଭାଇରାଲ ହୋଇଛି।

ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଯେ ସେହି ଦୁଇ ଯୁବକ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ପରେ ପୋଲିସ ହାତରେ ଧରାପଡ଼ିଛନ୍ତି। ଶେଷରେ ସେମାନେ ପୁଲିସ୍‌ କହିବା ଅନୁଯାୟୀ ମହିଳାଙ୍କ ଗୋଡ଼ ଧରି ତାଙ୍କୁ କ୍ଷମା ମାଗିଥିଲେ । ଦୁଇ ଜଣ ଯୁବକ ପୋଲିସ ଦ୍ୱାରା ଗିରଫ ହେବା ପରେ ତାଙ୍କ ବିରୁଦ୍ଧରେ କାଯ୍ୟର୍ନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର