ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରର ପନାଗରସ୍ଥିତ ସିଏମ ରାଇସ ସ୍କୁଲ ସିଗୌଦରେ ପାଠପଢ଼ୁଥିବା ଜଣେ ୧୦ମ ଛାତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛାତ୍ରୀ ଜଣକ ମଦ ନିଶାରେ ଟଳମଳ ହୋଇ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳୁଛି।
ସ୍କୁଲ ପୋଷାକରେ ଛାତ୍ରୀଙ୍କ ମଦ ପିଇବା ଭିଡିଓ ଭାଇରାଲ ହେବାପରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପରିବାରଲୋକଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ରୀଜଣକ ମଦ ନିଶାରେ ରାସ୍ତା ଯାଏଁ ଗଲା କେମିତି। ଏନେଇ ପରିବାରଲୋକ କି ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ କେମିତି ଜାଣି ପାରିଲେ ନାହିଁ।
ସ୍କୁଲ ପୋଷାକରେ ଛାତ୍ରୀ ଜଣକ ମଦ ପିଇ ଯେଭଳି ଭାବେ ରାସ୍ତାରେ ଟଳମଳ ହେଉଛନ୍ତି ତାହା ଅନ୍ୟ ଛାତ୍ରୀମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ଲୋକେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/22/KjD3COIKdCiK9Ya6u1tD.jpg)