ସ୍ବାମୀଙ୍କ ସହିତ ଯାତ୍ରା କରୁଥିବା ବେଳେ ମହିଳାଙ୍କ ମୁଣ୍ଡ ଉପରେ ପରିସ୍ରା କଲେ ଟିଟିଇ

ନୂଆଦିଲ୍ଲୀ: ବିମାନ ଓ ବସରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା କ୍ରମାଗତ ସାମ୍ନାକୁ ଆସିଥିଲା। ଏହି କ୍ରମରେ ଟ୍ରେନରେ ବି ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅମୃତସର ଓ କୋଲକାତା ମଧ୍ୟରେ ଅକାଳ ତଖତ ଏକ୍ସପ୍ରେସରେ ଏହି ପରିସ୍ରା ଘଟଣା ଘଟିଛି। ଏହି ପରିସ୍ରା ଘଟଣା ଆଉ କେହି ନୁହନ୍ତି ବରଂ ଟ୍ରେନରେ ଟିଟିଇ ଭାବେ ନିୟୋଜିତ ଥିବା ବ୍ୟକ୍ତି ଘଟାଇଛନ୍ତି। ଏଭଳି ଏକ ଲଜ୍ୟାଜନକ କାଣ୍ଡ ଘଟାଇଥିବା ଟିଟିଙ୍କ ନାମ ହେଉଛି ମୁନ୍ନା କୁମାର ।

 

ଟିଟିଇ ମୁନ୍ନା କୁମାର ଜଣେ ମହିଳା ଯାତ୍ରୀଙ୍କ ଉପରେ ଟ୍ରେନରେ ପରିସ୍ରା କରି ଦେଇଥିଲେ। ଏହି ମହିଳା ଯାତ୍ରୀ ଜଣକ ତାଙ୍କ ସ୍ବାମୀଙ୍କ ସହ ବସି ଯାତ୍ରା କରୁଥିଲେ। କୁହାଯାଉଛି କି ମହିଳା ରାତିରେ ଶୋଇଥିବା ବେଳେ ଟିଟିଇ ତାଙ୍କ ମୁଣ୍ଡ ଉପରେ ପରିସ୍ରା କରି ଦେଇଥିଲେ।

ଏହି ଘଟଣା ଘଟାଇଥିବା ଟିଟିଇ ମୁନ୍ନା କୁମାର ମଦନିଶାରେ ଏପରି କରିଥିବା ଜଣାପଡ଼ିଛି । ଟିଟିଇଙ୍କ ବିରୋଧରେ ଅଭିଯୋଗ ପରେ ରେଳ ପୁଲିସ ମୁନ୍ନା କୁମାରଙ୍କୁ ଅଟକ ରଖି ଏଦିଗରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର