ଚାକିରିରୁ ବରଖାସ୍ତ ହେଲେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଟିଟିଇ, ଅଶ୍ୱିନୀ ବୈଷ୍ଣବ କଲେ ଏଭଳି ଟ୍ବିଟ

ଲକ୍ଷ୍ନୌ: ଚାକିରିରୁ ବରଖାସ୍ତ ହେଲେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଟିଟିଇ। କୋଲକାତା ଯାଉଥିବା ଅକାଲତଖ୍ତ ଏକ୍ସପ୍ରେସରେ ନିଶାଗ୍ରସ୍ତ ଥିବା ବେଳେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବାରୁ ଲକ୍ଷ୍ନୌରୁ ଅଭିଯୁକ୍ତ ଟିଟିଇକୁ ଗିରଫ କରାଯାଇଥିଲା। ରବିବାର ମଧ୍ୟରାତ୍ରିରେ ଟ୍ରେନର ଏ୧ କୋଚରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କ ନାଁ ମୁନ୍ନା କୁମାର ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ଏବେ ଚାକିରିରୁ ବରଖାସ୍ତ କରାଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି  କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ଟ୍ବିଟ‌ର କ୍ୟାପସନରେ ଲେଖାଯାଇଛି ଯେ, ଶୂନ୍ୟ ସହନଶୀଳତା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ଚାକିରିରୁ ବରଖାସ୍ତ।

ଉଲ୍ଲେଖଯୋଗ୍ୟ, ଟିଟିଇ ମୁନ୍ନା କୁମାର ଜଣେ ମହିଳା ଯାତ୍ରୀଙ୍କ ଉପରେ ଟ୍ରେନରେ ପରିସ୍ରା କରି ଦେଇଥିଲେ। ଏହି ମହିଳା ଯାତ୍ରୀଜଣକ ତାଙ୍କ ସ୍ବାମୀଙ୍କ ସହ ଯାତ୍ରା କରୁଥିଲେ। କୁହାଯାଉଛି କି ମହିଳା ରାତିରେ ଶୋଇଥିବା ବେଳେ ଟିଟିଇ ତାଙ୍କ ମୁଣ୍ଡ ଉପରେ ପରିସ୍ରା କରି ଦେଇଥିଲେ। ଏହି ଘଟଣା ଘଟିବା ବେଳେ ମୁନ୍ନା କୁମାର ଡ୍ୟୁଟିରେ ନଥିଲେ ବୋଲି ଜଣାପଡ଼ିଛି। ତେବେ ମୁନ୍ନା ପରିସ୍ରା କରିବା ପରେ ମହିଳାଜଣକ ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ଅନ୍ୟ ଯାତ୍ରୀମାନେ ଆସି ମୁନ୍ନାଙ୍କୁ କାବୁ କରିଥିଲେ। ଏହା ପରେ ଅଭିଯୁକ୍ତକୁ ଲକ୍ଷ୍ନୌର ଚାରବାଗ ପୁଲିସ ଷ୍ଟେସନରେ ଜିଆରପି ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର