ବିଳମ୍ବରେ କବାଟ ଖୋଲିବାରୁ ପତ୍ନୀଙ୍କ ଉପ‌ରକୁ ଗୁଳି ଚଳାଇଦେଲେ ଡିଏସପି

ଚଣ୍ଡିଗଡ଼: ପଞ୍ଜାବରେ ସିଂଘମ୍‌ ପୁଲିସ ଭାବରେ ଜଣାଶୁଣା ପୁଲିସ ଉପ ଅଧୀକ୍ଷକ (ଡିଏସପି) ଅତୁଲ ସୋନିଙ୍କ ଉପରେ ଏବେ ହତ୍ୟା ଉଦ୍ୟମର ଅଭିଯୋଗ ଲାଗିଛି। ସେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବାର ଉଦ୍ୟମ କରିଥିଲେ ବୋଲି ତାଙ୍କ ସ୍ତ୍ରୀ ଏବେ ପୁଲିସରେ ଅଭିଯୋଗ କରିଛନ୍ତି। ଶନିବାର ବିଳମ୍ବିତ ରାତିରେ ଘରକୁ ଫେରିବା ସହ କବାଟ ବାଡ଼ାଇଥିଲେ ଅତୁଲ। ହେଲେ, ନିଦ ଲାଗି ଯାଇଥିବାରୁ ତାଙ୍କ ପତ୍ନୀ ବିଳମ୍ବରେ କବାଟ ଖୋଲିଥିଲେ। ଏ ନେଇ ରାଗିଯାଇ ଡିଏସପି ଅତୁଲ ନିଜ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ହେଲେ ଗୁଳିଟି ପତ୍ନୀଙ୍କ ଦେହରେ ବାଜି ନଥିଲା। କିନ୍ତୁ ସ୍ବାମୀଙ୍କ ଏଭଳି କାମରେ ରାଗିଯାଇ ତାଙ୍କ ପତ୍ନୀ ଏବେ ପୁଲିସରେ ଅଭିଯୋଗ କରିବା ସହ ଗୁଳି ଚଳାଯାଇଥିବା ବନ୍ଧୁକଟି ପୁଲିସକୁ ଦେଇଛନ୍ତି।

पत्नी ने देर से खोला दरवाजा, गुस्से में 'सिंघम' DSP ने चला दी गोली
aajtak.intoday.in

ଡିଏସପି ଅତୁଲ ନିଜର ସର୍ଭିସ ରିଭଲଭରରୁ ନୁହେଁ ବରଂ ବେଆଇନ ଭାବେ ରଖିଥିବା ବନ୍ଧୁକରୁ ଗୁଳି ଚଳାଇଥିବା ଜଣା ପଡ଼ିଛି। ଘଟଣାଟି ଶନିବାର ଘଟିଥିବା ବେଳେ ‌ଡିଏସପି ଅତୁଲ ଏବେ ଫେରାର ରହିଛନ୍ତି। ମିଳିଥିବା ସୂଚନା ମୁତାବକ, ଏହା ପ୍ରଥମ ନୁହେଁ, ପୂର୍ବରୁ ଅନେକ ବିବାଦୀୟ କାମ କରି ଚର୍ଚ୍ଚାରେ ରହି ଆସିଛନ୍ତି ଡିଏସପି ଅତୁଲ। ତାଙ୍କ ଉପରେ ବେଖୋଫ୍ ଜୁର୍ମ ନାମକ ଏକ ପଞ୍ଜାବୀ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି। ଚଣ୍ଡିଗଡ଼ରେ ରହୁଥିବା ଡିଏସପି ଅତୁଲ ୧୯୯୨ରେ ସବ୍-ଇନ୍ସପେକ୍ଟର ଭାବେ ପଞ୍ଜାବ ପୁଲିସରେ କାମ କରିବା ଆରମ୍ଭ କରିଥିଲେ। ୨୦୧୮ରେ ସେ ଡିଏସପି ଭାବେ କାର୍ଯ୍ୟ ଆରମ୍ଭ କରିବା କରିବା ସହ ସେ ତିନି ଥର ଅ‌ନ୍ତର୍ଜାତୀୟ ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟରେ ଭାରତକୁ ପ୍ରତିନିଧିତ୍ବ ମଧ୍ୟ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର