ପ୍ରେମ ବିବାହର ୧୦ଦିନ ପରେ ନବଦମ୍ପତିଙ୍କୁ ମାଡ଼ମାରି ଅପହରଣ କରି ନିଆଗଲା

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରୁ ନବଦମ୍ପତିଙ୍କୁ ଅପହରଣ କରି ନିଆଯାଇଥିବାର ଘଟଣା ସାମ୍ନାକୁ ଆସିଛି। ତେବେ ଅପହରଣ ହୋଇଥିବା ଦମ୍ପତିଙ୍କ ବିବାହ ଏକ ସପ୍ତାହ ପୂର୍ବରୁ ହୋଇଥିବା ବେଳେ ସିନେମା ଶୈଳୀରେ ଦୁହିଁଙ୍କୁ ଉଠାଇ ନିଆଯାଇଥିବା ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ଅପହରଣ ହୋଇଥିବା ଉକ୍ତ ଦମ୍ପତି ମାର୍ଚ୍ଚ ୧୦ ତାରିଖ‌ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ଏହି ବିବାହକୁ ନେଇ ଝିଅଘର ଲୋକ ରାଜି ନଥିଲେ। ଏହି ଘଟଣା ପରେ ପୁଅର ବାପା ଥାନାରେ ଏକ ଅପହରଣ ମାମଲା ରୁଜୁ କରିଛନ୍ତି।

ସୂଚନାଯୋଗ୍ୟ, ଜୟପୁରର ଜମୱାରାମଗଡ଼ରେ ରହୁଥିବା ପୃଥିବୀରାଜ (୨୨) ଡୋଡାକା ଡୁଙ୍ଗରରେ ରହୁଥିବା ପୂଜା ଯୋଗୀ(୨୧) ମାର୍ଚ୍ଚ ୧୦ ତାରିଖରେ ପ୍ରେମ ବିବାହ କରିଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିବା ବେଳେ ପୃଥିବୀରାଜ ଓ ପୂଜା ଘରେ କାହାକୁ କିଛି ନକହି ବିବାହ କରିଥିଲେ। ବିବାହ ପରେ ନବଦମ୍ପତି ଜୟପୁରର ହରମାଡା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଏହାପରେ ମାର୍ଚ୍ଚ ୧୯ ତାରିଖ ଦିନ ହଠାତ ପୂଜାଙ୍କ ଘର ଲୋକ ଆସି ପହଞ୍ଚିଥିଲେ। ପୂଜା ଓ ତାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ସହିତ ଅପହରଣ କରି ନେଇଥିଲେ।

ପୃଥିବୀରାଜଙ୍କ ବାପା ପୁଲିସରେ କରିଥିବା ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରି ଅପହରଣକାରୀଙ୍କୁ ଧରିବା ସହିତ ନବଦମ୍ପତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଲାଇଛି।

ସମ୍ବନ୍ଧିତ ଖବର