ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ମନମୁତାବକ ଯୌତୁକ ନମିଳିବାରୁ ବିବାହର ଦୁଇଘଣ୍ଟା ପରେ ବର କନ୍ୟାଙ୍କୁ ଛାଡ଼ପତ୍ର ଦେଇଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାପରେ କନ୍ୟାପକ୍ଷ ବର ଓ ତାଙ୍କ ପରିବାର ବିରୋଧରେ ତାଜଗଞ୍ଜ ଥାନାରେ ମାମଲା ରୁଜୁ କରିଛନ୍ତି । କନ୍ୟାଙ୍କ ସ୍ବାମୀ ଆସିଫ, ଶାଶୁ ମୁନି, ଶ୍ବଶୁର ପରବେଜ, ଦିଅର ସଲମାନ, ନଣନ୍ଦ ରୁଖବାର, ନଜରାନା ଓ ଫରିନଙ୍କ ନାମରେ ମାମଲା ରୁଜୁ ହୋଇଛି।
ଅଭିଯୋଗ ମୁତାବକ, ଢ଼ୋଲିଖାର ମେଣ୍ଟାଲରେ ବସବାସ କରୁଥିବା ଅମନଙ୍କ ବିବାହ ଆସିଫଙ୍କ ସହିତ ସମ୍ପର୍ଣ୍ଣ ହୋଇଥିଲା। ବିବାହ ପରେ ଅମନଙ୍କ ପରିବାର ଆସିଫଙ୍କ ପରିବାରକୁ ଯୌତୁକରେ କାର ଦାବି କରିଥିଲେ। ହଠାତ ବରପକ୍ଷଙ୍କ ଏଭଳି ଦାବି ଶୁଣି କନ୍ୟାପକ୍ଷ ବିଚଳିତ ହୋଇଯାଇଥିଲେ।
ସେମାନେ ବର ଓ ତାଙ୍କ ପରିବାରକୁ ଅନେକ ବୁଝାଇଥିଲେ। କନ୍ୟାଙ୍କ ପିତା ନେହୁରା ହୋଇ କହିଥିଲେ, ‘ଆଜ୍ଞା ଦେଖନ୍ତୁ ଯାହା ଅର୍ଥ ସଞ୍ଚୟ କରି ରଖିଥିଲି ସବୁ ଝିଅର ବିବାହରେ ଲଗେଇ ଦେଇଛି। ହଠାତ ଆପଣ ଏଭଳି ଦାବି କଲେ ମୁଁ କେମିତି ପୂରଣ କରିବି। ଝିଅକୁ ଆପଣଙ୍କ ସହିତ ନେଇ ଯାଆନ୍ତୁ ପରେ ସୁବିଧା ହେଲେ ଧାରଉଧାର କରି ଆପଣଙ୍କ ଦାବି ପୂରଣ କରିଦେବି। ଏମିତି ବିବାହ ଭାଙ୍ଗି ଚାଲିଗଲେ ସମାଜକୁ କ’ଣ ଉତ୍ତର ଦେବି।’
ବୃଦ୍ଧ ବାପାଙ୍କ ଏହି ଅନୁରୋଧକୁ ଅଣଦେଖା କରି ଅମନ ଆସିଫଙ୍କୁ ବିବାହ ମଣ୍ଡପରେ ହଁ ତିନ ତଲାକ ଦେଇ ବରଯାତ୍ରୀଙ୍କୁ ଧରି ନିଜ ଘରକୁ ଫେରି ଯାଇଥିଲେ।