ନୂଆଦିଲ୍ଲୀ: ବିବାହ ସମୟରେ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ଅନେକ ରୀତିନୀତି ରହିଥାଏ। ଏହି ରୀତିନୀତି ମଧ୍ୟରୁ ଅନେକ ମଜାଳିଆ ବି ରହିଥାଏ। ସମୟସମୟରେ ଏହି ମଜାଥଟ୍ଟା ମହଙ୍ଗା ବି ପଡ଼ି ଯାଇଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଯେଉଁଥିରେ ଏକ ବଙ୍ଗୀୟ ବିବାହ ଦେଖିବାକୁ ମିଳୁଛି।
ଏହି ବଙ୍ଗୀୟ ବିବାହ ବିବାହରେ ବର ଓ କନ୍ୟାଙ୍କ ମାଳା ଆଦାନପ୍ରଦାନ କରିବା ସମୟ ଆସିଥିଲା। ଏହି ସମୟରେ ଥଟ୍ଟାମଜା କରି ସାଙ୍ଗମାନେ ବର ଓ କନ୍ୟାଙ୍କୁ ନିଜନିଜ କାନ୍ଧରେ ଉପରକୁ ଟେକି ଦେଇଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଦେବାରୁ ବର ଓ କନ୍ୟା ତଳକୁ ଖସି ପଡ଼ୁଥିଲେ କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସଙ୍ଗେସଙ୍ଗେ ଉଭୟଙ୍କୁ ଠିକ ସମୟରେ ଉଦ୍ଧାର କରି ନେଇଥିଲେ। ଠିକ ସମୟରେ ଉଦ୍ଧାର ହୋଇ ନଥିଲେ କିଛି ବି ଦୁର୍ଘଟଣା ଘଟିବାର ସମ୍ଭାବନା ଥିଲା।