ଅଗଷ୍ଟା େଓ୍ଵଷ୍ଟଲାଣ୍ଡ୍‌ ହେଲିକପ୍ଟର ଦୁର୍ନୀତି ଅଭିଯୁକ୍ତ ଗୌତମ ଖଇତାନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟଲାଣ୍ଡ୍‌ ହେଲିକପ୍ଟର ଦୁର୍ନୀତି ମାମଲାରେ ଅଭିଯୁକ୍ତ ଓକିଲ ଗୌତମ ଖଇତାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ରାତିରେ ଗିରଫ କରିଛି। ବେଆଇନ ଅର୍ଥ କାରବାର ଆଇନ (ହାଓ୍ଵାଲା ନିରୋଧୀ ଅଧିନିୟମ) ଉଲ୍ଲଂଘନ କରିଥିବା ଅଭିଯୋଗରେ ଗୌତମଙ୍କୁ ଇଡି ଗିରଫ କରିଥିବା ସୂଚନା ରହିଛି।

ସୂତ୍ରରୁ ଅନୁସାରେ କଳାଧନ ଠୁଳ କରିବା (ଅଘୋଷିତ ବିଦେଶୀ ଆୟ ଓ ସମ୍ପତ୍ତି) ମାମଲାରେ ଆୟକର ବିଭାଗ ଗୌତମଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲା। ସେହି ମାମଲାକୁ ଭିତ୍ତି କରି ଇଡି୍‌ ଗୌତମଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରିଥିଲା।

ଗୌତମଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଏକାଧିକ ବିଦେଶୀ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଖୋଲି ସେଥିରେ ବେଆଇନ ଅର୍ଥିକ କାରବାର କରୁଥିଲେ।

ଅଗଷ୍ଟା େଓ୍ଵଷ୍ଟଲାଣ୍ଡ୍‌ ହେଲିକପ୍ଟର ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଖ୍ରୀଷ୍ଟିୟାନ୍‌ ମାଇକେଲ୍‌ଙ୍କୁ ପଚରାଉଚରା କରିବା ପରେ ଇଡି ଗୌତମ ବିରୋଧରେ କିଛି ପ୍ରମାଣ ହାତେଇଥିବା ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ, କିଛି ବର୍ଷ ତଳେ ଗୌତମ ଇଡି ଏବଂ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଏହି ଦୁଇ ଏଜେନ୍ସି ତାଙ୍କ ବିରୋଧରେ ଚାର୍ଜସିଟ ବି ଦାଖଲ କରିଥିଲେ। ସେ କିଛି ଦିନ ହେବ ଜାମିନରେ ଥିବା ବେଳେ ଇଡି ପୁଣି ଥରେ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର