ଦୁଇମାସ ପରେ ଜାଖମ ହତ୍ୟାକାଣ୍ଡର ପର୍ଦାଫାସ: ୮ ଗିରଫ, ୨ ଭୁଜାଲି ଓ ବାଇକ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜାଖମ ନିକଟରେ ଗତ ଅଗଷ୍ଟ ୨୯ ତାରିଖରେ ଗୋଟିଏ ସ୍କୁଟି ପଡିବା ସହିତ ୨ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଦୀର୍ଘ ଦୁଇମାସ ପରେ ଆଜି ସଦରଥାନା ପୁଲିସ ୮ ଜଣ  ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ୨ ଭୁଜାଲି ଓ ଗୋଟିଏ ବାଇକ ଜବତ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗତ ଅଗଷ୍ଟ ୨୯ ତାରିଖ ଦିନ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନାକଝରି ଗ୍ରାମର ମୋହନ ସୁନାନୀ(୨୧) ଓ ଶଗଡା ଗ୍ରାମର ବିଜୟ ନାଏକ(୩୪)ଙ୍କୁ ଜାଖମ ନିକଟସ୍ଥ ରାସ୍ତା କଡରେ ଭୁଜାଲିରେ ବିବତ୍ସ ଭାବେ ହତ୍ୟା କରି ଫିନଗ ଦେବା ସହିତ ସେମାନଙ୍କ ସ୍କୁଟିକୁ ପୋଡ଼ିଦେଇ ଆସାମୀମାନେ ଫେରାର ହୋଇଥିଲେ  । ଏନେଇ ପରିବାର ଲୋକେ ସଦର ଥାନା ପୁଲିସ କୁ ଜଣାଇବା ପରେ ସଦର ପୁଲିସ ଆଇଆଇସି ପ୍ରଦୀପ କୁମାର ଧରୁଆ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।
ଦୀର୍ଘ ଦୁଇ ମାସ ପରେ ଆଜି ଥୁଆମୂଳ ରାମପୁର ଥାନା ଅନ୍ତର୍ଗତପୁଲିଂପଦର ଗ୍ରାମର ମହେନ୍ଦ୍ର କୁମାର ମାଝୀ(୪୮), ନାକରୁଣ୍ଡି ଗ୍ରାମର ଲବ ନାଏକ(୨୧), ରଣପୁର ଗ୍ରାମର ରବି ନାଏକ(୪୮) ଓ ବଳଦେବ ନାଏକ  (୪୯), କିଆପଦର ଗ୍ରାମର ସନ୍ତୋଷ କୁମାର ମାଝୀ(୨୭), ନାକରୁଣ୍ଡି ଗ୍ରାମର ବସନ୍ତ ନାଏକ(୩୦), ମୋହନଗିରି ଗ୍ରାମର ସୁରେନ୍ଦ୍ର ନାଏକ ଓରଫ ମୁନା(୨୪), ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡାର ବିରଞ୍ଚି ଧରୁଆ(୨୮) ସମେତ ୮ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଆସାମୀମାନଙ୍କ ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ୨ଟି ଭୁଜାଲି ଓ ଗୋଟିଏ ବାଇକ ପୁଲିସ ଜବତ କରିଛି ।
ସମ୍ବନ୍ଧିତ ଖବର