ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ନାମରେ ବହୁ ମହିଳା ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

ସାଣ୍ଟିଆଗୋ: ଏକ ପତ୍ରିକାର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚିଲ୍ଲିର ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୋଲସ ଲୋପେଜଙ୍କ ବିରୋଧରେ ୮ ଜଣ ଅଭିନେତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଯାହାଙ୍କର ମଜାଦାରିଆ ଚଳଚ୍ଚିତ୍ର ତାଙ୍କୁ ଚିଲ୍ଲିରେ ଲୋକପ୍ରିୟତା ସାଉଁଟିବାରେ ସହାୟ ହୋଇଥିଲା ଏପଟେ ଚଳଚ୍ଚିତ୍ରରେ କାମ କରିବା ପାଇଁ ମହିଳାଙ୍କୁ ସେ ଯୌନକ୍ରିୟା ପାଇଁ ଉସକାଇବା ଘଟଣା ଅତ୍ୟନ୍ତ ଲଜ୍ଜାକର ସାବ୍ୟସ୍ତ ହୋଇଛି।

ମାତ୍ର ଏହି ଅଭିଯୋଗକୁ ଲୋପେଜ୍‌ ଅସ୍ୱୀକାର କରିଛନ୍ତି। ଏହି ଘଟଣା ସଂପର୍କରେ ସେ ମତ ରଖିଛନ୍ତି କି ତାଙ୍କୁ ନେଇ କେହି ମଜା କରିଛି। ଏହି ଘଟଣାକୁ ସେ କେବେ ବି ଗମ୍ଭୀରତାର ସହ ନେଇ ନାହାନ୍ତି।

ମାତ୍ର ସବାଦୋ ପତ୍ରିକାରେ ପ୍ରକାଶ ପାଇଥିବା କଭର୍‌ ଷ୍ଟୋରିରେ ଅନେକ ଅଭିନେତ୍ରୀ ଲୋପେଜଙ୍କ ବିରୋଧରେ ମତ ରଖିଥିବାର ଦେକଇବାକୁ ମିଳିଛି। କାମ ଦେବା ପାଇଁ ସେ ଅଭିନେତ୍ରୀଙ୍କଠାରୁ ଯୌନ ସନ୍ତୁଷ୍ଟି ଦାବି କରୁଥଲେ ବୋଲି ଅଭିଯୋଗ ହୋଇଛି।

ଜିନେଷ୍ଟାର୍‌ ନାମକ ଜଣେ ଅଭିନେତ୍ରୀ ଲୋପେଜଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେ ତାଙ୍କ ସାମ୍ନାରେ ହସ୍ତମୈଥୁନ କରିଥିଲେ।

ସେହିପରି ଅନ୍ୟ ଜଣେ ଅଭିନେତ୍ରୀ କହିଛନ୍ତି କି ସେ ଖସଯିବାକୁ ଚାହିଁଥିଲେ ମାତ୍ର ଲୋପେଜ ତାଙ୍କୁ ପରାମର୍ଶ ଦେଇଥିଲେ କି ତୁମେ ଯଦି ସାଲିସ୍‌ ନକରିପାରିବ ତେବେ ଅନ୍ୟ ବାଟ ଦେଖ।

ଅନ୍ୟ ଜଣେ ଅଭିନେତ୍ରୀଙ୍କ କହିବା ମୁତାବକ ଲୋପେଜ ତାଙ୍କୁ ବଳପୂର୍ବକ ଚୁମ୍ବନ ଦେବା ସହ ତାଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର