ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଘଟିଛି ଏକ ଜଘନ୍ୟ ଅପରାଧ। ଜନୈକା ୮ବର୍ଷ ବୟସ୍କା ନିବାଳିକା ନିଜର ବଡ଼ ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଏବେ ଦିଲ୍ଲୀର ଏକ ଡାକ୍ତରଖାନାରେ ମୁତ୍ୟୁ ସହ ସଂଗ୍ରାମ କରୁଛି। ପୁଲିସ୍ ଦୁଷ୍କର୍ମକାରୀ ବଡ଼ ଭାଇକୁ, ଯିଏକି ମଧ୍ୟ ଜଣେ ନାବାଳକ, ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଗତ ବୁଧବାର ଘଟିଛି ଏହି ଘଟଣା। ଆଦର୍ଶ ନଗରରେ ଥିବା ଏକ ଡାକ୍ତରଖାନାରୁ ପୁଲିସ୍ ଥାନାକୁ ଏକ ଫୋନ୍ ଯାଇଥିଲା। ପୁଲିସ୍ ଅଧିକାରୀଙ୍କୁ ସୂଚନା ଦେଇ ଡାକ୍ତର କହିଥିଲେ ଯେ ଡାକ୍ତରଖାନାରେ ଏକ ନାବାଳିକା ଯୁବତୀ ଆସି ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଏବଂ ତା’ର ଗୁପ୍ତାଙ୍ଗରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେଉଛି।
/sambad/media/post_attachments/wp-content/uploads/2018/07/Rape1.jpg)
ଏ ଖବର ପାଇ ପୁଲିସ୍ ଯେତେବେଳେ ଯାଇ ଡାକ୍ତରଖାନାରେ ପହଞ୍ଚି ଘଟଣା ସଂପର୍କରେ ଖୋଳତାଡ଼ କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ଘରେ ବାପା ମା’ ନଥିବାର ସୁଯୋଗ ନେଇ ତା’ ନିଜ ବଡ଼ ଭାଇ ତାକୁ ବଳପୂର୍ବକ ଦୁଷ୍କର୍ମ କରିବା ସହ ତା’ର ଏ ଅବସ୍ଥା କରିଛି। ସନ୍ଧ୍ୟାରେ ବାପ ମା’ ଘରକୁ ଫେରି ଝିଅର ଗୁପ୍ତାଙ୍ଗରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ପରେ ତା’କୁ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ନାବାଳିକାଟିର ବାପା ମା’ ଦିନ ମଜୁରିଆ। ସେମାନେ କାମକୁ ଚାଲିଯିବା ପରେ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତା’ ବଡ଼ ଭାଇ ତାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପୀଡ଼ିତା ନାବାଳିକାଟିର ଅବସ୍ଥା ଏବେ ଅତ୍ୟନ୍ତ ଗୁରୁତର ଥିବା ସହ ତା’ର ଏକ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ତାକୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rape.jpg)